କନକ ବ୍ୟୁରୋ : ଏକେ-୪୭ ରାଇଫଲର ଉଦ୍ଭାବକ ମିଖେଲ କଲାଶିନକୋବଙ୍କ ପ୍ରତିମୁର୍ତ୍ତି ଗତକାଲି ରୁଷ୍ର ମସ୍କୋରେ ବିଭିନ୍ନ ରୁଷିୟ ଅଧିକାରୀ ଏବଂ ନୈଷ୍ଠିକ ପୁରୋହିତଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। କେନ୍ଦ୍ର ମସ୍କୋର ସବୁଠାରୁ ବ୍ୟସ୍ତ ବହୁଳ ରାସ୍ତାରେ ମିଖେଲଙ୍କ ୩୦ ଫୁଟ୍ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ଯେଉଁଥିରେ ସେ ତାଙ୍କ ଉଦ୍ଭାବନ -ଏକେ-୪୭ ଧରିଛନ୍ତି। ମିଖେଲଙ୍କ ଏହି ଘାତକ ସୃଜନ ଏକେ-୪୭ ରୁଷର ଏକ ସାଂସ୍କୃତିକ ବ୍ରାଣ୍ଡ୍ ବୋଲି ସଂସ୍କୃତି ମନ୍ତ୍ରୀ ଭ୍ଲାଦିମିର ମେଡ଼ିନସ୍କି କହିଛନ୍ତି। ୧୯୧୯ ମସିହାରେ ଏକ ସାଇବେରିୟ ଗ୍ରାମରେ ଜନ୍ମ ହୋଇଥିବା ମିଖେଲଙ୍କ ୨୦୧୩ରେ ଇଜାସ୍କରେ ମୃତ୍ୟୁ ହୋଇଥିଲା।
ମିଖେଲ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ସୋଭିଏତ ହତିଆର ଦ୍ୱାରା ଆହତ ହେବାପରେ ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇ ଏମିତି ଏକ ନୂଆ ଅଟୋମେଟିକ୍ ରାଇଫଲ ଉଦ୍ଭାବନ କରିବାର ବୁଦ୍ଧି ଖଟାଇଥିଲେ ଯାହା ସବୁ ପରିସ୍ଥିତିରେ କାର୍ୟ୍ୟ କରିପାରିବ ବୋଲି ସେ ଆଶା ରଖିଥିଲେ। ପରିଶେଷରେ ତାଙ୍କ ଉଦ୍ୟମରେ ସୃଷ୍ଟି ହେଲା ଏକେ-୪୭। ସାରା ବିଶ୍ୱ ସ୍ତରରେ ଏହା ଶୀତଳ ଯୁଦ୍ଧ ସମୟରେ ବିଭିନ୍ନ ସ୍ୱାଧୀନତା ସଂଘର୍ଷର ପ୍ରତୀକ ହୋଇଛି ଏବଂ ମୋଜାମ୍ବିକ୍ର ଜାତୀୟ ପତାକାରେ ସ୍ଥାନ ପାଇଛି । ମିଖେଲଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିବା ଏହି ବନ୍ଧୁକ ୮୦ ଦେଶର ସେନାବାହିନୀ ଦ୍ୱାରା ବ୍ୟବହୃତ ହେଉଛି ।
ନିଜର ଉଦ୍ଭାବନ ପାଇଁ ସାରା ବିଶ୍ୱ ସ୍ତରରେ ଘରେଘରେ ପରିଚିତ ହୋଇଥିବା ମିଖେଲ କିନ୍ତୁ ତାଙ୍କ ମୃତ୍ୟୁର ୬ମାସ ପୂର୍ବରୁ ଏଥିଲାଗି ଖୁବ୍ ଦୁଃଖ ପ୍ରକାଶ କରିଥିଲେ ଏବଂ ରୁଷ୍ର ନୈଷ୍ଠିକ ଚର୍ଚ୍ଚ୍ ମୁଖ୍ୟଙ୍କ ନିକଟକୁ ଏଥିନେଇ ଏକ ପତ୍ର ଲେଖିଥିଲେ ଏବଂ ଏଥିରେ ଦର୍ଶାଇଥିଲେ- ମୋ ଆଧ୍ୟାତ୍ମିକ ଯନ୍ତ୍ରଣା ଖୁବ୍ ଅସହନୀୟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/ak-47-.jpg)