ଶତ୍ରୁ ପାଇଁ ଆତଙ୍କ ସାଜିବ ଏକେ-୨୦୩ ଆସଲ୍ଟ ରାଇଫଲ୍ । ସେନାର ବଢିବ ଶକ୍ତି

188

କନକ ବ୍ୟୁରୋ : କମ୍ ଓଜନ, ଦୁଇଗୁଣା ରେଞ୍ଜ୍, ଅନ୍ୟ ରାଇଫଲଠୁ ଅଧିକ ଘାତକ । ସେନାପାଇଁ ଦେଶରେ ତିଆରି ହେବ ଘାତକ ଏକେ-୨୦୩ ଆସଲ୍ଟ ରାଇଫଲ୍ । ଭାରତୀୟ ସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଏକେ-୨୦୩ ଆସଲ୍ଟ ରାଇଫଲ୍ । ଏଥିପାଇଁ ଭାରତ ଓ ଋଷ ମଧ୍ୟରେ ୫ହଜାର କୋଟିର ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଡିଲ ଅନୁଯାୟୀ, ଉତ୍ତରପ୍ରଦେଶର ଆମେଠୀରେ ଆସନ୍ତା ୧୦ବର୍ଷ ଯାଏଁ ୬ଲକ୍ଷରୁ ଅଧିକ ଏକେ-୨୦୩ ଆସଲ୍ଟ ରାଇଫଲ ନିର୍ମାଣ କାର୍ଯ୍ୟ ଚାଲିବ । ଏଥିପାଇଁ ଋଷରୁ ୭୦ ହଜାରରୁ ୧ଲକ୍ଷ ମଧ୍ୟରେ ଆସଲ୍ଟ ରାଇଫଲ ପର୍ଟ୍ସ ଏବଂ ଟେକ୍ନୋଲୋଜି ଭାରତ ଆସିବ । ଆଉ ଆସନ୍ତା ୩୨ ମାସ ମଧ୍ୟରେ ସେନାକୁ ଏହି ରାଇଫଲ ମିଳିବା ଆରମ୍ଭ ହୋଇଯିବ ।
ସବୁଠୁ ବଡକଥା ହେଉଛି ଏକେ-୨୦୩ ରାଇଫଲକୁ ଋଷ ଏବଂ ଭାରତ ମିଳିତ ଭାବେ ତିଆରି କରିବେ । ଏହି ରାଇଫଲ ‘ଏକେ’ ସିରିଜରେ ସବୁଠୁ ଅତ୍ୟାଧୁନିକ ଏବଂ ଘାତକ ରାଇଫଲ ଅଟେ । ଏହି ରାଇପଲର ପ୍ରଥମ ପ୍ରୋଟାଟାଇପ୍ ୨୦୦୭ରେ ଏକେ-୨୦୦ ନାଁରେ ଆସିଥିଲା । ୨୦୧୩ରେ ଏହି ରାଇଫଲରେ କିଛି ମାତ୍ରାରେ ପରିବର୍ତ୍ତନ କରାଯାଇ ଏହାର ନାଁ ଏକେ-୧୦୩.୩ ରଖାଯାଇଥିଲା, ସେହିପରି ୨୦୧୯ରେ ଏକେ-୩୦୦ ଏବଂ ଏକେ-୧୦୦-ଏମ୍ ରାଇଫଲ ନାଁରେ ଆସିଥିଲା । ଆଉ ଏବେ ଏକେ-୨୦୩ ଏକେ ରାଇପଲ ସିରିଜରେ ସବୁଠୁ ଘତକ ହୋଇ ସାମ୍ନାକୁ ଆସିଛି ।