‘ମୁଁ ତାଙ୍କ ବିରୋଧରେ କିଛି କହିବାକୁ ଚାହୁଁନାହିଁ’... ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ କରେ କିନ୍ତୁ ସେମାନେ ଆଜି ଯାଏ ଦେଇଥିବା ମନ୍ତବ୍ୟକୁ ଦେଖନ୍ତୁ

‘ମୁଁ ତାଙ୍କ ବିରୋଧରେ କିଛି କହିବାକୁ ଚାହୁଁନାହିଁ’... ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ କରେ କିନ୍ତୁ ସେମାନେ ଆଜି ଯାଏ ଦେଇଥିବା ମନ୍ତବ୍ୟକୁ ଦେଖନ୍ତୁ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂସଦୀୟ ଦଳର ବୈଠକରେ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସେ କହିଥିଲେ ବିରୋଧୀ ହତାଶ ଏବଂ ନିରାଶ ଅଛନ୍ତି । ସେମାନେ ଲମ୍ବା ସମୟ ଧରି ସରକାରଙ୍କୁ ଆସିବାକୁ ଚାହୁଁନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସପା ସାଂସଦ ଜୟା ବଚ୍ଚନ କହିଛନ୍ତି ମୁଁ ତାଙ୍କ ବାବଦରେ କିଛି କହିବାକୁ ଚାହୁଁନାହିଁ । ମୁଁ ଚୌକିର ସମ୍ମାନ ଏବଂ ଇଜ୍ଜତ କରେ । ତାଙ୍କ ଦ୍ୱାରା କିମ୍ବା ତାଙ୍କ ଦଳର ନେତା ଯେତେବି ଭାଷଣ ଦିଆଯାଏ ତାକୁ ଆପଣ ଥରେ ଅନୁଧ୍ୟାନ କରନ୍ତୁ । ଆପଣ ନିଜେ ଏହା ଜାଣିପାରିବେ ।

ଜୟା କହିଛନ୍ତି, ସେ ଏବଂ ତାଙ୍କ ଦଳ ପ୍ରଥମେ ମଣିପୁର ବାବଦରେ କଣ କହିଥିଲେ ଆଉ ବର୍ତ୍ତମାନ କଣ ହେଉଛି ଥରେ ଦେଖନ୍ତୁ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଉପରେ ଜବାବ ରଖି କହିଥିଲେ, ଆଜି ମଣିପୁର ଜଳୁଛି । ସେଠି ଦୁଷ୍କର୍ମ ହେଉଛି । ଆମେ ଏଠି ମଣିପୁର ବାବଦରେ କଥା ହେଉଛୁ କିନ୍ତୁ ପ୍ରଧାନମନ୍ତ୍ରୀ ପୂର୍ବ ଭାରତ ବାବଦରେ କଥା ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe