ଯାଜପୁର ବରୀ ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ ,ମଇଦାନରେ ତିନି ଦଳର ଟକ୍କର ।

ଯାଜପୁର ବରୀ ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ ,ମଇଦାନରେ ତିନି ଦଳର ଟକ୍କର ।

କନକବ୍ୟୁରୋ:ଯାଜପୁର ବରୀ ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ । ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ରାଜନୀତି ତାତି । ବରୀ ନିର୍ବାଚନ ମଣ୍ଡଳି ଲାଗି ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ଜୋରଦାର ହେବ । ବିଗତ ବର୍ଷ ଧରି ବିଜୁଜନତା ଦଳ ତାର ବିଜୟ ବାନା ଉଡ଼ାଇ ଆସୁଥିବା ବେଳେ ଚଳିତ ନିର୍ବାଚନରେ କିଏ ମାରିବ ବାଜିମାତ ତାକୁ ନେଇ ତିନି ପ୍ରମୁଖ ଦଳର ଚାଲିଛି ଅଙ୍କକଷା । କିନ୍ତୁ ଏଥର ବରି ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ମୁହଁ ପ୍ରାର୍ଥୀ କରାଇଛି ଦଳ ।

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳି । ବିଗତ ବର୍ଷ ଧରି ବିଜେଡି ତାର ବିଜୟ ବାନା ଉଡ଼ାଇ ଆସୁଛି । ୨୦୦୦ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁଜନତା ଦଳରୁ ଦେବାଶିଷ ନାୟକ ନିର୍ବାଚିତ ହୋଇ ଆସୁଥିଲେ ।୨୦୧୯ ରେ ବିଜେଡି ପ୍ରାର୍ଥୀ ବଦଳାଇ ସୁନନ୍ଦା ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା । ସେ ମଧ୍ୟ ବିଜୟ ଲାଭ କରିଥିଲେ ।ହେଲେ ୨୦୨୪ ରେ କିନ୍ତୁ ବିଜେଡ଼ି ପୁଣି ପ୍ରାର୍ଥୀ ପରିବର୍ତନ କରି ବିଶ୍ୱ ରଂଜନ ଙ୍କୁ ଭରସା କରି ପ୍ରାର୍ଥୀ କରାଇଛି ।ସେପଟେ କଂଗ୍ରେସ ଛାଡି ବିଜେପି ରେ ମିଶିଥିବା ଉମେଶ ଜେନା ଙ୍କୁ ଦଳ ପ୍ରାର୍ଥୀ କରାଇଛି ।

ଅନ୍ୟପଟେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଦେବାଶିଷ ନାୟକ ଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ବରି ବିଧାନସଭାରେ ଏଥର ତ୍ରିମୁଖି ଲଢେଇ ଦେଖିବାକୁ ମିଳିବ । ଚଳିତ ନିର୍ବାଚନରେ ଏହାର ସମୀକରଣ ପୁରା ଅଲଗା ଦେଖିବାକୁ ମିଳୁଛି । ବରୀ ବିଧାନସଭା ସବୁବେଳେ ବିଜେଡି ହାତରେ ରହିଆସିଛି । କିନ୍ତୁ ଚଳିତ ନିର୍ବାଚନରେ କିଛି ଅଳଗା ଚିତ୍ର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ କିଏ ମାରିବ ବାଜି ? ତାକୁ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କକଷା ଆରମ୍ଭ ହୋଇଗଲାଣି ।

ବାଜି ମାରିବାକୁ ବିଜେଡି ,ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଶା ବାନ୍ଧିଛନ୍ତି । ମଇଦାନରେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ନିଜ ପ୍ରଚାର ଜାରିରଖିଛନ୍ତି । ଗଡ ଜିତିବାକୁ ସମର୍ଥକ ଗୋଟାଇବାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି ପ୍ରାର୍ଥୀ ମାନେ । ତେବେ ବରୀ ବିଧାନସଭା ଆସନ କାହାର ହେଉଛି ବରୀ ବାସି କାହା ମୁଣ୍ଡରେ ବିଜୟୀର ଟୀକା ପିନ୍ଧାଉଛନ୍ତି ତା ନିର୍ବାଚନର ଫଳାଫଳ ହିଁ କହିବ । ଭୋଟର ମାନେ ମଧ୍ୟ ବେଶ ସଚେତନ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe