ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛି ବି କରିଥାଏ । ହେଲେ ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତ୍ୟେକ ଲୋକଙ୍କର ସ୍ୱପ୍ନ ଥାଏ ଜହ୍ନରେ ଜାଗା କିଣିବା ପାଇଁ । କିନ୍ତୁ ଯେତେବେଳେ ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୁଏ ସେତେବେଳେ ଖୁସି ଦ୍ୱିଗୁଣିତ ହୋଇଯାଏ ।

Advertisment

ଏମିତି ଏକ ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି ରାଜସ୍ଥାନ ଅଜମେରର ସ୍ୱପ୍ନା ଅନିଜାଙ୍କ କ୍ଷେତ୍ରରେ । ସ୍ୱପ୍ନାଙ୍କ ସ୍ୱାମୀ ଧର୍ମେନ୍ଦ୍ର ଅନିଜା ସ୍ୱପ୍ନାଙ୍କୁ ତାଙ୍କ ବିବାହ ବାର୍ଷିକୀର ଉପହାର ସ୍ୱରୁପ ଜହ୍ନରେ ତାଙ୍କ ନାଁରେ ଜାଗା କିଣିଛନ୍ତି । ଡ଼ିସେମ୍ବର ୨୪ ତାରିଖରେ ସ୍ୱପ୍ନା ଏବଂ ଧର୍ମେନ୍ଦ୍ରଙ୍କ ଅଷ୍ଟମ ବିବାହ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପତ୍ନୀଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେଇ ଖୁସି କରାଇଛନ୍ତି ସ୍ୱାମୀ ଧର୍ମେନ୍ଦ୍ର ଅନିଜା । ଏଭଳି ଉପହାର ପାଇବା କେବେବି କଳ୍ପନା କରିନଥିଲେ ସ୍ୱପ୍ନା । ବିବାହ ବାର୍ଷିକୀରେ କିଏ ଜୁଏଲାରି, କାର କିମ୍ବା ଅନ୍ୟ କିଛି ଉପହାର ଦେଇ ଖୁସି ଜାହିର କରୁଥିବା ବେଳେ ଭିନ୍ନ ଏକ ଉପହାର ଦେବା ପାଇଁ ସ୍ଥିର କରିଥିଲେ ଧର୍ମେନ୍ଦ୍ର ।