କନକ ବ୍ୟୁରୋ: ଅଜମେର ଦରଗାହର ଖାଦିମ୍ ସଲମାନ୍ ଚିସ୍ତିଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ହିଂସାତ୍ମକ ବୟାନ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଗିରଫ କରାଯାଇଛି । ମଙ୍ଗଳବାର ରାତିରେ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି ।

Advertisment

ଆଜମେର ଦରଘାର ପରିଚାଳକ ସଲମାନ ଚିସ୍ତି ଏକ ଭିଡିଓ ଜାରି କରି କହିଥିଲେ ଯେ, ଯିଏ ନୂପୁର ଶର୍ମାଙ୍କ ମୁଣ୍ଡକାଟି ଆଣିବ ପୁରସ୍କାର ସ୍ୱରୂପ ସେ ତାଙ୍କୁ ନିଜ ଘର ଓ ଦୋକାନ ଦେଇଦେବେ । କହିରଖୁଁ କି, ସଲମାନ ପୂର୍ବରୁ ମଧ୍ୟ କିଛି ଅପରାଧରେ ସାମିଲ ଅଛନ୍ତି । ଏହି ଭିଡିଓରେ ସଲମାନ କହୁଛନ୍ତି କି, ଆରମ୍ଭରୁ ସେମାନଙ୍କୁ ଚେକ୍ ଦେଇଥିଲେ ସେମାନେ ଏଭଳି କଥା କହିବାକୁ

ସାହସ କରିପାରି ନଥାନ୍ତେ । ଏହାସହ ସେ ତାଙ୍କ ମାଙ୍କ ନାମରେ ନିୟମ ଦେଇ କହିଛନ୍ତି କି ନୁପୂର ଶର୍ମା ତାଙ୍କ ସାମ୍ନାକୁ ଆସିଲେ ସେ ତାଙ୍କୁ ଗୁଳିମାରି ହତ୍ୟା କରିଦେବେ ।
ସଲମାନଙ୍କ ଏଭଳି ଭିଡିଓ ଭାଇରାଲ ହେବା ପରେ ଅଲବର ଗେଟ୍ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ଭିଡିଓରେ ସଲମାନ ନିଶାରେ ଥିବା ଭଳି ନଜର ଆସୁଥିବା କଥା ଏସପି କହିଥିଲେ ।