ଚର୍ଚ୍ଚାରେ ଅଜିତ ପାୱାରଙ୍କ ଟ୍ୱିଟ୍ । କହିଲେ, ମହାରାଷ୍ଟ୍ରକୁ ବିଜେପି ଓ ଏନସିପି ହିଁ ଦେଇପାରିବେ ସ୍ଥିର ସରକାର

216

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଛକାପଂଝା ଚାଲିଥିବା ବେଳେ ଅଜିତ ପାୱାରଙ୍କ ଟ୍ୱିଟ୍କୁ ନେଇ ଜୋରଦାର ଚର୍ଚା । ଅଜିତ ପାୱାର ଟ୍ୱିଟ୍ କରି ଲେଖିଛନ୍ତି, ବିଜେପି ଓ ଏନସିପି ମହାରାଷ୍ଟ୍ରକୁ ସ୍ଥିର ସରକାର ଦେଇପାରିବେ । ସେ ଏନସିପିରେ ଅଛନ୍ତି ଓ ଶରଦ ପାୱାରଙ୍କୁ ନେତା ମାନନ୍ତି ବୋଲି ଅଜିତ ଟ୍ୱିଟରର ଲେଖିଛନ୍ତି । ଏହାର ଜବାବ ଟ୍ୱିଟରରେ ଦେଇଛନ୍ତି ଶରଦ ପାୱାର । ସେ ଲେଖିଛନ୍ତି ଏନସିପି ଶିବସେନାକୁ ସମର୍ଥନ ଦେଉଛି ଓ ଏହି ନିଷ୍ପତିରୁ ଓହରିବ ନାହିଁ । ବିଜେପିକୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ।

ଅଜିତ ମିଛ କଥା କହି ବିଭ୍ରାନ୍ତି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଟ୍ୱିଟ କରିଛନ୍ତି ଶରଦ ପାୱାର । ଅନ୍ୟପଟେ ଦଳର ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି, ଅଜିତ ଯଦି ଶରଦ ପାୱାରଙ୍କୁ ନେତା ମାନୁଛନ୍ତି, ତେବେ ତାଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ଇସ୍ତଫା ଦେଇ ଦଳକୁ ଫେରି ଆସନ୍ତୁ ।