ମହାରାଷ୍ଟ୍ର ମହାନାଟକ ଭିତରେ ନିଜକୁ ଏନସିପିର ଅଧ୍ୟକ୍ଷ ଘୋଷଣା କଲେ ଅଜିତ ପାୱାର । କହିଲେ, ଶରଦଙ୍କୁ ହେଲାଣି ୮୩ବର୍ଷ, ଛାଡନ୍ତୁ ରାଜନୀତି

770

କନକ ବ୍ୟୁରୋ : ଏନସିପିର ଦୁଇ ଗୋଷ୍ଠୀ ବୁଧବାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଭିତରେ ସମସ୍ତଙ୍କ ଚକିତ କରି ଅଜିତ ପାୱାର ନିଜକୁ ଏନସିପିର ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଅଜିତ କହିଛନ୍ତି ଜୁନ ୩୦ରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣି ବୈଠକ ବସିଥିଲା । ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା ଓ ତାଙ୍କୁ ନୂତନ ଅଧ୍ୟକ୍ଷଭାବେ ଚୟନ କରାଯାଇଛି । ଅଜିତ ପାୱରୀ ଗୋଷ୍ଟୀ ନିର୍ବାଚନ କମିଶନଙ୍କୁୁ ଏହି ସୂଚନା ଦେଇ ପାୱାର ପାର୍ଟିର ଅଧ୍ୟକ୍ଷ ନଥିବା ଅବଗତ କରାଇଛନ୍ତି । ପ୍ରଫୁଲ ପଟେଲ ଜୁନ ୩୦ରେ ବୈଠକ ଡକାଇଥିଲେ । ଦେଖିବାକୁ ଗଲେ ଏନସିପିରେ ସୃଷ୍ଟି ହୋଇଥିବା ଦଳୀୟକନ୍ଦଳ ଏବେ ବିସ୍ଫୋରକ ରୂପ ନେଇଛି । ବିଦ୍ରୋହ ଘୋଷଣା କରିବା ପରେ ଶରଦ ପାୱାରଙ୍କ ବିରେଧରେ ଯୁୁଦ୍ଧ ଡାକରା ଦେଇଛନ୍ତି ଅଜିତ ପାୱାର । ଏଥିସହ ନିଜକୁ ଏନସିପିର ଅଧ୍ୟକ୍ଷ ବୋଲି ପରିଚୟଦେଇ ଦଳୀୟ ଚିହ୍ନ ଉପରେ ନିଜର ହକ ଜାହିର କରିଛନ୍ତି ।