କନକ ବ୍ୟୁରୋ: ମହାରାଷ୍ଟ୍ରରେ ଶରଦ ପାୱାର ନେତୃତ୍ୱାଧୀନ ଏନସିପିକୁ ବଡ ଝଟକା ଲାଗିଛି । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେଇଛନ୍ତି ନିର୍ବାଚନ କମିଶନ । କମିଶନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଓ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ । ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ । ଏଥିପାଇଁ ବୁଧବାର ଦିନ ୩ଟା ଯାଏଁ ସମୟ ଦିଆଯାଇଛି । ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ କମିଶନ ।
କମିଶନ କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ପାଖରେ ଏନସିପିର ସଙ୍ଗଠନାତ୍ମକ ବହୁମତ ରହିଛି । ଶରଦ ପାୱାର ଗୋଷ୍ଠୀ ଏଥିରେ ଅସଫଳ ହୋଇଛି । ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରି ଏନସିପିର ଶରଦ ପାୱାର ଗୋଷ୍ଠୀ ସୁପ୍ରିମକୋର୍ଟ ଯିବ ବୋଲି କହିଛି । ଗତବର୍ଷ ଅଜିତ ପାୱାର ଏନସିପିକୁ ଭାଙ୍ଗି ନିଜ ଗୋଷ୍ଠୀ ଗଠନ କରି ବିଜେପି-ଶିବସେନା (ସିନେ୍ଧ ଗୋଷ୍ଠୀ) ସରକାରରେ ସାମିଲ ହୋଇଥିଲେ । ସେ ଏବେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/1698497416_sharad-pawar.jpg)