କନକ ବ୍ୟୁରୋ: ବୁଧବାର ଦିଲ୍ଲୀରେ ଏନସିପିର କାର୍ଯ୍ୟକାରିଣୀ ବୈଠକ ହେଲା । ସବୁ ନେତା ଯୋଗ ଦେଲେ ହେଲେ ଦେଖିବାକୁ ମିଳିନଥିଲେ ଅଜିତ୍ ପୱାର । କେବଳ ସେତିକି ନୁହେଁ ଲାଗିଥିବା ପୋଷ୍ଟରରେ ମଧ୍ୟ ନଥିଲା ତାଙ୍କ ଫଟୋ, ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତର ରଖିଛନ୍ତି ଦଳୀୟ ନେତା ।ଏନ୍‌ସିପିର କାର୍ୟ୍ୟକାରୀ ସଭାପତି ପ୍ରଫୁଲ ପଟେଲ କହିଛନ୍ତି, ଏହି ବୈଠକ ଏନ୍‌ସିପିର ଜାତୀୟ କାର୍ୟ୍ୟକାରିଣୀ ବୈଠକ ନୁହେଁ ବରଂ ଏହା ମହିଳା ଶାଖା, ଛାତ୍ର ଶାଖା ଏବଂ ଯୁବଶାଖାର ସମସ୍ତ କାର୍ୟ୍ୟକର୍ତ୍ତାଙ୍କର ବୈଠକ ଥିଲା। ଅଜିତ୍ ପୱାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟସ୍ତ ଥିବାରୁ ଏହି ବୈଠକରେ ଯୋଗ ଦେଇପାରିନଥିବା କହିଛନ୍ତି ପ୍ରଫୁଲ୍ଲ ପଟେଲ ।