କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦଳ ଏଥର ନିର୍ବାଚନ ପାଇଁ ଅଜିତ ମଙ୍ଗରାଜକୁ ଟିକେଟ୍ ଦେଇଛି । ବିଜେପି, ବିଜେଡି ପରେ ତୃତୀୟ ଦଳ ଭାବେ କଂଗ୍ରେସ ପିପିଲି ପାଇଁ ନିଜର ଯୋଦ୍ଧା ଘୋଷଣା କରିଛି । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ତିନୋଟି ନାଁ ଉପରେ ଚର୍ଚ୍ଚା କରୁଥିଲା । ହେଲେ ଶେଷରେ ଦଳର ହାଇକମାଣ୍ଡ ଅଜିତଙ୍କ ଉପରେ ମୋହର ମାରିଛନ୍ତି । ଏହାପରେ ପିପିଲିରେ ବିଜେପିର ଆଶ୍ରିତ ପଟ୍ଟନାୟକ, ବିଜେଡିର ରୁଦ୍ରପ୍ରତାପ ଓ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ଭିତରେ ତ୍ରିମୁଖୀ ଲଢେଇ ହେବା ଏକ ପ୍ରକାର ପକ୍କା ହୋଇଯାଇଛି ।
ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜକୁ ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ ।
/kanak/media/post_attachments/wp-content/uploads/2021/03/31-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)