କନକ ବ୍ୟୁରୋ: ନାଁ ନନେଇ ଚୀନ୍ ଓ ପାକିସ୍ତାନକୁ ଟାର୍ଗେଟ୍ କଲେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଆୟୋଜିତ ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍ ବା ଏସସିଓ ସଦସ୍ୟ ଦେଶର ବୈଠକରେ ଆତଙ୍କବାଦୀ ଓ ସୀମା ପ୍ରସଙ୍ଗ କଥା ଉଠାଇଛନ୍ତି ଡୋଭାଲ ।

Advertisment

ଡୋଭାଲ କହିଛନ୍ତି, ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଆତଙ୍କବାଦ ବଡ଼ ବିପଦ । ଆତଙ୍କବାଦର ମୁକାବିଲା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ସମେତ ଆତଙ୍କବାଦୀ ନିରୋଧୀ ପ୍ରୋଟକଲ ପ୍ରତି ସବୁ ଦେଶ ଦାୟିତ୍ୱ ବହନ କରିବା ଦରକାର । ଆତଙ୍କବାଦର କୌଣସି କାର୍ଯ୍ୟ, ତେଣିକି ଏହା ପଛରେ ଯାହା ଉଦ୍ଦେଶ୍ୟ ଥାଉ ନା କାହିଁକି, ତାହା ଅଭିବ୍ୟକ୍ତି ପାଇଁ ଅନୁଚିତ୍ । ଏହା ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପାଇଁ ବଡ଼ ବିପଦ ବୋଲି ଡୋଭାଲ କହିଛନ୍ତି । ସେହିପରି ନାଁ ନନେଇ ଚୀନକୁ ଟାର୍ଗେଟ୍ କରିଛନ୍ତି ଡୋଭାଲ । କହିଛନ୍ତି, ସଂଗଠନର ସବୁ ସଦସ୍ୟ ଆଞ୍ଚଳିକ ଅଖଣ୍ଡତାର ସମ୍ମାନ କରିବା ଦରକାର । ଏହାସହ ଆଖପାଖ ଅଞ୍ଚଳର ସାମରିକ ଶ୍ରେଷ୍ଠତା ପାଇଁ ଏକତରଫା ଯୋଜନାକୁ ଛାଡ଼ିବା ଦରକାର ବୋଲି ଡୋଭାଲ କହିଛନ୍ତି ।