କନକ ବ୍ୟୁରୋ: ଭାରତ ଗସ୍ତରେ ଅଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ଏହି ଅବସରରେ ସେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଭେଟି ଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଛନ୍ତି । ଆଲୋଚନା ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଥିଲା ଦୁଇ ଦେଶର ସୀମା ବିବାଦ । ଭାରତର ସମ୍ବେଦନଶୀଳ ଇଲାକା ତଥା ଭାରତ ମଧ୍ୟରେ ଥିବା ସୀମାରୁ ଚୀନ୍ ନିଜ ସେନାକୁ ଯଥାଶିଘ୍ର ପ୍ରତ୍ୟାହାର କରିନେଉ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱାଭାବିକ ସ୍ତରକୁ ଆସିପାରିବ । ଦୁଇ ଦେଶ ମଧ୍ୟରେ କୌଣସି ବି ଆଲୋଚନା ଆରମ୍ଭ କରିବାକୁ ହେଲେ ପ୍ରଥମେ ବିଶ୍ୱାସ ସୃଷ୍ଟି ହେବା ଆବଶ୍ୟକ ।
ଗଣମାଧ୍ୟମର ସୂଚନା ମୁତାବକ, ରାଜନୈତିକ ଓ ପ୍ରତିରକ୍ଷା ସ୍ତରରେ ସକାରାତ୍ମକ ଆଲୋଚନା ପାଇଁ ଅବଶ୍ୟକତା ପ୍ରକାଶ କରିଛି ଭାରତ । ତେଣୁ ଦୁଇ ଦେଶ ପରସ୍ପରର ସୁରକ୍ଷାକୁ ସୁନିଶ୍ଚିତ କରିବାର ଭାବନାକୁ କେହି ଉଲଂଘନ କରିବା ଉଚିତ ନୁହେଁ । ଦୁଇ ଦେଶ ଗୋଟିଏ ଦିଗରେ କାମ କରିବାକୁ ଗୁରୁତ୍ୱ ଦେବା ଉଚିତ । ତେଣୁ ଲାଗି ରହିଥିବା ସୀମା ବିବାଦ ତଥା ଚୀନର ଭାରତ ମଧ୍ୟକୁ ଅନୁପ୍ରବେଶ ପ୍ରସଙ୍ଗକୁ ଯଥାଶିଘ୍ର ସମାଧାନ କରାଯିବା ଉପରେ ଡୋଭାଲ ଗୁରୁତ୍ୱ ଦେଇଛନ୍ତି ।
ଦୁଇ ଦେଶ ମଧ୍ୟରେ ଆଲୋଚନାକୁ ବଢାଇବାକୁ ୱାଙ୍ଗ ୟି ଡୋଭାଲଙ୍କୁ ନିଜ ଦେଶକୁ ନିମନ୍ତ୍ରଣ କରିଛନ୍ତି । ହେଲେ ଜବାବ ଦେବାକୁ ଯାଇ ତକ୍ରାଳ ମୁଦ୍ଦା ଗୁଡିକୁ ସକାରାତ୍ମକ ଢଙ୍ଗରେ ସମାଧାନ କରାଯିବା ପରେ ଯାଇ ସେ ଚୀନ ଗସ୍ତ କରିବେ ଏବଂ ଯାହା କଥାବାର୍ତ୍ତା ହେବ ବୋଲି ଅଜିତ୍ ଡୋଭାଲ ସଫା ସଫା କହିଛନ୍ତି ।