ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାଶଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ୭୧ ବର୍ଷ ବୟସରେ ଦେହାନ୍ତ : ହାକିମ ବାବୁ, କପାଳ ଲିଖନ ଭଳି ଫିଲ୍ମରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟ

308

କନକ ବ୍ୟୁରୋ : ଓଲିଉଡ ଭେଟେରାନ ଅଭିନେତା ଅଜିତ ଦାସଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା । ସେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଓଲିଉଡର ହାକିମ ବାବୁ ଭାବେ ପରିଚିତ ଅଜିତ ଆଜି ଆଖି ବୁଜିଛନ୍ତି । ମୁଖ୍ୟମନ୍ତ୍ରୀ, ହାକିମ ବାବୁ, କପାଳ ଲିଖନ, ସରପଂଚ ବାବୁ, ପର ଝିଅ ଘର ଭାଙ୍ଗେନା, ଲୁଟତରାଜ, ପରଦେଶୀ ଚଢେଇ ଭଳି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଭୁଲ ପାରିବେ ନାହିଁ ।

ହାକିମ ବାବୁରେ ତାଙ୍କ ଉଚ୍ଚକୋଟିର ଅଭିନୟକୁ ଦେଖି ତାଙ୍କ ଫ୍ୟାନ୍ସ ଓଲିଉଡର ହାକିମ ବାବୁ ଡାକିବା ଆରମ୍ଭ କରିଥିଲେ । ଆଜି ଅଜିତ ଦାଶ ଆମ ଗହଣରେ ନାହାନ୍ତି, ସତ ହେଲେ ତାଙ୍କ କାଳଜୟୀ ଅଭିନୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । କରଞ୍ଜିଆରେ ଜନ୍ମଗ୍ରହଣ କରିଥିବା ଅଜିତ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ଉକ୍ରଳ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ଅଧ୍ୟାପକ ଥିଲେ ଅଜିତ ଦାସ । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ରରୁ ନିଜ ଫିଲ୍ମ ଯାତ୍ରା ସେ ଆରମ୍ଭ କରିଥିଲେ ।