ପଞ୍ଚଭୂତରେ ଲୀନ ହେଲେ ଅଜିତ । ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ଦିଆଗଲା ଗାର୍ଡ ଅଫ ଅନର

ପଞ୍ଚଭୂତରେ ଲୀନ ହେଲେ ଅଜିତ । ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ଦିଆଗଲା ଗାର୍ଡ ଅଫ ଅନର

କନକ ବ୍ୟୁରୋ : ପଞ୍ଚଭୂତରେ ଲିନ ହେଲା ଓଲିଉଡ ଅଭିନେତା ଅଜିତ ଦାଶଙ୍କ ପାର୍ଥିବ ଶରୀର । ଅଜିତ ଦାଶଙ୍କ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ଶେଷ ହୋଇଛି । ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ତେବେ କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।publive-image

ସେ ହାକିମବାବୁ, କପାଳ ଲିଖନ, ସରରପଞ୍ଚ ବାବୁ, ପର ଝିଅ ଘର ଭାଙ୍ଗେନା, ଲୁଟତରାଜ ପରଦେଶୀ ଚଢେଇ ଭଳି ସପରହିଟ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୟରେ ସେ ଓଲିଉଡରେ ଅନେକ ଛାପ ଛାଡି ଯାଇଛନ୍ତି । ହାକିମ ବାବୁ ଚଳଚିତ୍ରରେ ତାଙ୍କ ଅଭିନୟରେ ମୁଗ୍ଧ ହୋଇ ଦର୍ଶକ ତାଙ୍କୁ ହାକିମ ବାବୁ ବୋଲି ଡାକିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe