କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲ୍ ରାଉଣ୍ଡର ଅଜିତ ଅଗରକରଙ୍କୁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ଚୟନ କ,ରିପାରନ୍ତି । ମୁଖ୍ୟ ଚୟନକର୍ତ୍ତା ଦୌଡରେ ଏବେ ସେ ସବୁଠାରୁ ଆଗରେ ରହିଛନ୍ତି । ଏବେ ଶିବ ସୁନ୍ଦର ଦାସ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟୀତ୍ୱ ସମ୍ଭାଳୁଛନ୍ତି । ଖୁବଶୀଘ୍ର ବିସିସିଆଇ ତରଫରୁ ମୁଖ୍ୟ ଚୟନକରର୍ତ୍ତା ଚୟନ କରାଯିବ । କିଛିଦିନ ପୂର୍ବରୁ ଏହି ପଦପାଇଁ ବିରେନ୍ଦ୍ର ସେହୱାଗଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି ।

Advertisment

ଗଣମାଧ୍ୟମ ରିପୋର୍ଟକୁ ନଜର କଲେ ଏବେ ମୁଖ୍ୟ ଚୟନକର୍ତ୍ତା ଦୌଡରେ ସବୁଠାରୁ ଆଗରେ ଅଛନ୍ତି ଅଜିତ୍ ଅଗରକର । ହେଲେ ଏନେଇ କୌଣସି ଅଧିକାରୀ ସ୍ତରର ବୟାନ ଆସିନାହିଁ । ସେପଟେ ଅଜିତ ଅଗରକରଙ୍କ କ୍ୟାରିୟର ଉପରେ ନଜର ପାକଇଲେ ଏହି ଖେଳାଳି ଭାରତୀୟ ଟିମ୍ ପାଇଁ ୨୬ ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ୧୯୧ ଟି ଏକଦିବସୀୟ, ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାସହ ସେ ଆଇପିଏଲରେ ମଧ୍ୟ ଖେଳିଛନ୍ତି ।

ସେପଟେ ଅଜିତ ଅଗରଙ୍କର ୨୬ ଟି ଟେଷ୍ଟ ମ୍ୟାଚ୍ ଖେଳି ୫୯ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ୧୯୧ ଟି ଏକଦିବସୀୟ ମ୍ୟାଚ ଖେଳି ସେ ୨୮୮ ଟି ୱିକେଟ ହାସଲ କରିଛନ୍ତି । ୪ଟି ଟି-୨୦ ମ୍ୟାଚରୁ ୩ ଟି ୱିକେଟ ହାସଲ କରିଛନ୍ତି । ଅନ୍ୟପଟେ ୧୯୧ଟି ଟେଷ୍ଟ ମ୍ୟାଚ ଖେଳି ଅଗରକର ୫୭୧ ରନ୍ କରିଥିବା ବେଳେ ୧୯୧ ଟି ଏକଦିବସୀୟ ଖେଳି ୧୨୬୯ ରନ ସଂଗ୍ରହ କରିଥିଲେ । ଏହାସହ ଅଗରକର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଟିମରେ ବି ଭାଗ ନେଇଥିଲେ ।