ଚେତନ ଶର୍ମାଙ୍କ ସ୍ଥାନ ନେଲେ ଅଜିତ ଅଗରକର, ଭାରତୀୟ କ୍ରିକେଟ ଟିମର ହେଲେ ମୁଖ୍ୟ ଚୟନକର୍ତ୍ତା

ଚେତନ ଶର୍ମାଙ୍କ ସ୍ଥାନ ନେଲେ ଅଜିତ ଅଗରକର, ଭାରତୀୟ କ୍ରିକେଟ ଟିମର ହେଲେ ମୁଖ୍ୟ ଚୟନକର୍ତ୍ତା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ତରଫରୁ ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । କହିରଖୁ କି ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଅଜିତ ଅଗରକରଙ୍କ ନାମ ସବୁଠାରୁ ଆଗରେ ରହିଥିଲା ।

୪୫ ବର୍ଷିୟ ଏହି ପୂର୍ବତନ ବୋଲରଙ୍କୁ ଚେତନ ଶର୍ମାଙ୍କ ସ୍ଥାନ ମିଳିଛି । ଏକ ଷ୍ଟିଙ୍ଗ ଅପରେଶନ ମାମଲାରେ ଚେତନ ଶର୍ମାଙ୍କୁ ବିସିସିଆଇ ତାଙ୍କ ପଦରୁ ହଟାଇ ଦେଇଥିଲା । ଏହି ଷ୍ଟିଙ୍ଗ ଅପରେଶନରେ ଦେଖିବାକୁ ମିିଳିଥିଲା କି ଚେତନ ଶର୍ମା କହୁଛନ୍ତି ଭାରତୀୟ କ୍ରିକେଟ ଖେଳାଳୀମାନେ ଫିଟନେସ ପାଇଁ ଶକ୍ତିବର୍ଦ୍ଧକ ଇଂଜେକସନ ନେଇଥାନ୍ତି ।

ସେପଟେ ଆଗକୁ ବିଶ୍ୱକପ ଆସୁଥିବାରୁ ଅଜିତ ଅଗରଙ୍କ ପାଇଁ ଏହା ଅଗ୍ନିପରୀକ୍ଷା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe