ୟୁପିରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଦେଲେ ମନ୍ତ୍ରୀ ଅଜୟ ମିଶ୍ରା ।

111

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୪ର୍ଥ ଚରଣ ପାଇଁ ବୁଧବାର ପଡିଛି ଭୋଟ । ୯ଟି ଜିଲ୍ଲାର ୫୯ଟି ଆସନରେ ହୋଇଛି ମତଦାନ । ତେବେ ୪ର୍ଥ ଚରଣରେ ସବୁଠୁ ଅଧିକ ଫୋକସରେ ରହିଛି ବହୁ ଚର୍ଚ୍ଚିତ ଲଖୀମପୁର ଖେରୀ । ପୂର୍ବରୁ ଏଠାରେ ବିଜେପି ୮ରୁ ୮ ଆସନ ଜିତିଥିବାବେଳେ ଏଥରକ କିନ୍ତୁ ବଦଳିଛି ପରିସ୍ଥିତି । ଚାଷୀ ହତ୍ୟା ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଗକୁ ସମୀକରଣ ବଦଳିପାରେ । ସେପଟେ କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଦେଇଛନ୍ତି ମନ୍ତ୍ରୀ ଅଜୟ ମିଶ୍ରା ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୪ର୍ଥ ଚରଣ ପାଇଁ ବୁଧବାର ପଡିଛି ଭୋଟ୍ । ୯ଟି ଜିଲ୍ଲାର ୫୯ଟି ଆସନରେ ୬୩୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏଭରେ ସିଲ୍ ହୋଇଛି । ଉତ୍ତରପ୍ରଦେଶରେ ହାଇପ୍ରୋଫାଇଲ ଆସନ ପିଲିଭିଟି, ଲଖୀମପୁର, ସୀତାପୁର, ହରଦୋଇ, ଲକ୍ଷେ୍ନø, ରାଏବରେଲୀ, ବାନ୍ଦା, ଫତେପୁର ପରି ସିଟ୍ ପାଇଁ ପଡିଛି ଭୋଟ । ୨୦୧୭ ନିର୍ବାଚନରେ ବିଜେପି ୫୯ ଆସନରୁ ୫୧ଟି ଆସନରେ ଜିତିଥିଲା । ସମାଜବାର୍ଦି ଖାତାକୁ ୪, କଂଗ୍ରେସ ଓ ବିଏସପି ୨ଟି ଲେଖାଏଁ ଆସନ ଜିତିଥିଲେ । ଉତ୍ତରପ୍ରଦେଶରେ ଏବେ ବି ଆଉ ୩ଟି ଚରଣରେ ଭୋଟ ବାକି ରହିଛି । ୫ମ ଚରଣ ଫେବୃଆରୀ ୨୭, ଷଷ୍ଠ ଚରଣ ମାର୍ଚ୍ଚ ୩ ଓ ସପ୍ତମ ଚରଣ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ । ଆଉ ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ ଫଳାଫଳ ।

ଆଜିର ମତଦାନ ଭିତରେ ସବୁଠୁ ରୋଚକ ଦୃଶ୍ୟ ଆସିଥିଲା ବହୁ ଚର୍ଚ୍ଚିତ ଲଖୀମପୁର ଖେରୀ ଆସନରୁ । କଡ଼ା ସୁରକ୍ଷା ବଳୟ ଭିତରେ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଭୋଟ ଦେବାକୁ ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସାମାନ୍ୟ ମୁହାଁମୁହିଁ ଘଟଣା ବି ସାମ୍ନାକୁ ଆସିଛି । ୪ର୍ଥ ଚରଣ ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛି ଲଖୀମପୁର ଖେରୀ ଆସନ । ୨୦୧୭ ମସିହାରେ ବିଜେପି ଏଠାକାର ୮ଟି ଯାକ ଆସନରେ ଜିତିଥିଲା । ଏଥରକ କିନ୍ତୁ ପରିସ୍ଥିତି ବଦଳିଛି । ତେଣୁ ଏଥରକ ଜନମତ କୁଆଡେ ଯିବ ଏହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା ଅଭିଯୋଗ ଭିତରେ ଫଶିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା । ନିକଟରେ ସେ ଜାମିନରେ ମୁକୁଳିଛନ୍ତି । ବେଶ କିଛି ଦିନ ହେବ ଗଣମାଧ୍ୟମ ସମ୍ମୁଖରୁ ଦୂରେଇ ଯାଇଥିବା ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଆଜି କଡ଼ା ସୁରକ୍ଷା ଭିତରେ ଭୋଟ ଦେବାକୁ ପହଞ୍ଚିଥିଲେ ।

୪ର୍ଥ ଚରଣ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଦଳ କହୁଛି ଏଥରକ ଉତ୍ତରପ୍ରଦେଶରେ ବିଜେପି ବିପୁଳ ଭୋଟ ସହ ପୁଣି କ୍ଷମତାକୁ ଆସିବ । କିନ୍ତୁ ଅନ୍ୟପଟେ ଉତ୍ତରପ୍ରଦେଶର ଅନେକ ହାଇପ୍ରୋଫାଇଲ ଆସନରେ ବିଜେପି ପାଇଁ ବଡ ପ୍ରତିଦ୍ୱନ୍ଦୀଭାବେ କଂଗ୍ରେସ ଓ ସମାଜବାର୍ଦି ପାର୍ଟି ଉଭା ହୋଇଛନ୍ତି ।