ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ଅଜୟ ମାକେନ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଦେଲେ ଇସ୍ତଫା।

ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ଅଜୟ ମାକେନ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଦେଲେ ଇସ୍ତଫା।

କନକ ବ୍ୟୁରୋ: କଂଗ୍ରେସକୁ ଝଟକା । ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କିଛି ଦିନ ହେବ ରାଜସ୍ଥାନରେ କ୍ଷମତାକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଚାଲିଛି । ଏହା ଭିତରେ ମାକେନଙ୍କ ଇସ୍ତଫା ଦଳ ପାଇଁ ବଡ ସମସ୍ୟା ଆଣିପାରେ ।

ସୂଚନା ଅନୁସାରେ ପ୍ରଦେଶ କଂଗ୍ରେସର କାର୍ଯ୍ୟନୀତିକୁ ନେଇ ଅସନ୍ତୁଷ୍ଟ ଥିଲେ ମାକେନ । ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଗେହେଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁଭଳି ଭାବେ ବିବାଦ ଦେଖାଦେଇଥିଲା ଏହା ଭିତରେ ନିଜର ଅସନ୍ତୋଷ ଜାହିର କରିଥିଲେ ମାକେନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe