କନକ ବ୍ୟୁରୋ: କଂଗ୍ରେସକୁ ଝଟକା । ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କିଛି ଦିନ ହେବ ରାଜସ୍ଥାନରେ କ୍ଷମତାକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଚାଲିଛି । ଏହା ଭିତରେ ମାକେନଙ୍କ ଇସ୍ତଫା ଦଳ ପାଇଁ ବଡ ସମସ୍ୟା ଆଣିପାରେ ।

Advertisment

ସୂଚନା ଅନୁସାରେ ପ୍ରଦେଶ କଂଗ୍ରେସର କାର୍ଯ୍ୟନୀତିକୁ ନେଇ ଅସନ୍ତୁଷ୍ଟ ଥିଲେ ମାକେନ । ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଗେହେଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁଭଳି ଭାବେ ବିବାଦ ଦେଖାଦେଇଥିଲା ଏହା ଭିତରେ ନିଜର ଅସନ୍ତୋଷ ଜାହିର କରିଥିଲେ ମାକେନ ।