କନକ ବ୍ୟୁରୋ : ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ରନୱେ-୩୪' ଇଦର କିଛି ଦିନ ପୂର୍ବରୁ ଏପ୍ରିଲ୍ ୨୯ରେ ରିଲିଜ୍ ହେବ । ନିକଟରେ ନିଜେ ଅଜୟ ଦେବଗନ୍ ଗଣମାଧ୍ୟମକୁ ଏକ ସାକ୍ଷାତକାର ମାଧ୍ୟମରେ ସୂଚନା ଦେଇଥିଲେ । ଏହି ଅବସରରେ ବଲିୁଡର ଦବଙ୍ଗ ଖାନ୍ ସଲମାନଙ୍କ ବିଷୟରେ ମଧ୍ୟ କିଛି କଥା କହିଥିଲେ । ଅଜୟ ଫିଲ୍ମକୁ ନେଇ କହିଛନ୍ତି ଯେ, ଏହା ଇଦ୍ ସପ୍ତାହରେ ରିଲିଜ୍ ହେବ । ଇଦରେ ଫିଲ୍ମ ରିଲିଜ୍ କରିବାର ମୋର କୌଣସି ଯୋଜନା ନଥିଲା । କିନ୍ତୁ ଏପ୍ରିଲ ୨୯ରେ ଆମେ ଫିଲ୍ମଟିକୁ ରିଲିଜ କରିବାକୁ ଚାହିଁଥିଲୁ । ସୌଭାଗ୍ୟବଶୠ ସେହି ସପ୍ତାହରେ ଇଦ୍ ପାଳନ କରାଯିବ ।

Advertisment

ସେଥିପାଇଁ ସର୍ବପ୍ରଥମେ ମୁଁ ସଲମାନଙ୍କୁ କଲ୍ କରିଥିଲି । ମୁଁ ଇଦ୍ ଅବସରରେ ଫିଲ୍ମ ରିଲିଜ୍ କଲେ ତମର କୌଣସି ଅସୁବିଧା ହେବନି ତ ବୋଲି ପଚାରିଥିଲି । ଏହାର ଉତ୍ତରରେ ସଲମାନ କହିଥିଲେ ବ୍ୟସ୍ତ ହୁଅନି । ମୋର କୌଣସି ଫିଲ୍ମ ଚଳିତବର୍ଷ ଇଦରେ ରିଲିଜ୍ ହେବାର ନାହିଁ । ଆସନ୍ତା ବର୍ଷ ଇଦରେ ରିଲିଜ୍ ହେବ । ଫିଲ୍ମର କଲେକ୍ସନ ଉପରେ ପର୍ବପର୍ବାଣି ଭଲ ପ୍ରଭାବ ପକାଏ । ଏହି ସମୟରେ ଛୁଟି ରହୁଥିବାରୁ ଲୋକେ ଫିଲ୍ମ ଦେଖିବାକୁ ଯିବାକୁ ପସନ୍ଦ କରନ୍ତି । ତେଣୁ 'ରନୱେ-୩୪' ଭଲ ବ୍ୟବସାୟ କରିବ ବୋଲି ଆଶା କରୁଛି । ଏହା ମଧ୍ୟରେ ପ୍ରମୋସନ୍ ପାଇଁ ସେ ଏକ ରାପ୍ ସଙ୍ଗ୍ ମଧ୍ୟ ଗାଇଛନ୍ତି । ସୋସିଆଲ ମିଡିଆପେ ଏହି ଗୀତଟି ବେଶ୍ ଭାଇରାଲ୍ ହେଉଛି । ଏଥିରେ ଅଜୟଙ୍କ ସହିତ ବିଗ୍ ବି ଅମିତାଭ୍, ରକୁଲ ପ୍ରୀତ୍ ସିଂହ, ବୋମନ୍ ଇରାନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।