କନକ ବ୍ୟୁରୋ: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ । ଟ୍ୟାକ୍ସ ଦାଖଲ କରିନଥିବା କାରଣରୁ ଏବେ ଐଶର୍ଯ୍ୟାଙ୍କୁ ନୋଟିସ୍ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଐଶର୍ଯ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାଁନ୍ତି । ତେଣୁ ଏହି କାରଣରୁ ତଙ୍କୁ ଏବେ ନାସିକର ତହସିଲଦାର ନୋଟିସ୍ ପଠାଇଛନ୍ତି ।

Advertisment

ରିପୋର୍ଟ ମୁତାବକ, ନାସିକରେ ବଲିଉଡ୍ ଅଭିନେତ୍ରୀଙ୍କର କିଛଇ ଜାଗା ଅଛି । ଯାହାରି କି ଗଲା ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରାଯାଇନି । ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ଅଛି । ଏହି କାରଣରୁ ନାସିକର ତହସିଲଦାର ଐଶର୍ଯ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି । ତେବେ ଏହି ନୋଟିସ୍ ଆସନ୍ତା ଜାନୁଆରୀ ୯ ତାରିଖରେ ଐଶର୍ଯ୍ୟା ରାୟଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ନାସିକରେ ଐଶର୍ଯ୍ୟାଙ୍କ ନାମରେ ପାଖାପାଖି ୧ ହେକ୍ଟର ଜମି ରହିଛି । କୁହାଯାଇଛି ୧ ବର୍ଷ ଧରି ସେ ଏହି ଜମିର ଟ୍ୟାକ୍ସ ଦେଇନାହାଁନ୍ତି । ଐଶର୍ଯ୍ୟାଙ୍କ ସହିତ ଅନ୍ୟ ୧୨ ଶହ ଜଣ ଜମି ମାଲିକ ମଧ୍ୟ ନିଜର ଟ୍ୟାକ୍ସ ଭରିନାହାଁନ୍ତି । ଯେଉଁ କାରଣରୁ ସେମାନଙ୍କ ପାଖକୁ ମଧ୍ୟ ନୋଟିସ୍ ପଠାଯାଇଛି ।