କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ରାୟ । ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କରୋନା ରୋଗ ଚିହ୍ନଟ ହେବା ପରେ ଘରେ ସଙ୍ଗରୋଧରେ ଥିଲେ ମା’ ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା । ଉଭୟଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ତେବେ ପ୍ରାୟ ଗୋଟିଏ ଘଂଟା ତଳେ ହସ୍ପିଟାଲରେ ଉଭୟ ଭର୍ତି ହୋଇଛନ୍ତି ।
ପୂର୍ବରୁ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ନାନାବତୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଅମିତାଭ ବଚ୍ଚନଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟ ବଚ୍ଚନଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡାକ୍ତର ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ଆଉ ଆଜି ଉଭୟଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/07/34-3.jpg)