ଐଶ୍ଚର୍ୟ୍ୟା ରାୟ ଏବଂ ସୋନମ୍ କପୁରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ସର୍ବଦା ଜାରି ରହିଥାଏ । ଏହି ମଧ୍ୟରେ ସୋନମଙ୍କ ବିବାହରେ ଐଶ୍ଚର୍ୟ୍ୟାଙ୍କର ପହଞ୍ଚିବା ପ୍ରାୟ ଅସମ୍ଭବ । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ସୋନମ୍ ପୁରୁଣା କଥାକୁ ଭୁଲି ଯାଇ ଐଶ୍ଚର୍ୟ୍ୟାଙ୍କୁ ଫୋନ କରି ବିବାହ ନିମନ୍ତ୍ରଣ ଦେଇଛନ୍ତି । ଏକ ପାର୍ଟିରେ ସୋନମଙ୍କ ମା ଐଶଙ୍କୁ ଭେଟିଥିଲେ,ସେଠାରେ ସେ ତାଙ୍କୁ ସୋନମଙ୍କ ବିବାହକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ ।
ବାସ୍ତବରେ ୨୦୦୯ରେ ଐଶ୍ ସୋନମଙ୍କ ସହିତ ରେଡ କାର୍ପେଟରେ ଏକା ସାଙ୍ଗରେ ଯିବାକୁ ମନା କରିଦେଇଥିଲେ । ଏହି ବିବାଦ ଏଠାରେ ଥମିନଥିଲା । ସୋନମ୍ ଐଶଙ୍କୁ ଆଣ୍ଟି ବୋଲି ମଧ୍ୟ ସମ୍ବୋଧନ କରିଥିଲେ। ତାହା ଐଶଙ୍କୁ ପସନ୍ଦ ଆସିନଥିଲା । ସେହି ଦିନଠାରୁ ଦୁଇଜଣଙ୍କ ସଂପର୍କରେ ତିକ୍ତତା ଦେଖା ଦେଇଥିଲା । ସୋନମ୍ ମଉକା ମିଳିବା ମାତ୍ରେ ଐଶଙ୍କ ବିରୋଦ୍ଧରେ କିଛି କହିବାକୁ କେବେବି କୁଣ୍ଠାବୋଧ କରୁନଥିଲେ । ଏବେ ବିବାହରେ ଐଶ୍ ଯୋଗ ଦେବେ କି ନାହିଁ ତାହା ପରେ ଜଣାପଡ଼ିବ ।
କେବେ ଆଣ୍ଟି ଡାକି ବିବାଦରେ ଥିଲେ ଏହି ଦୁଇ ନାୟିକା , ଏବେ ବିବାହକୁ ନିମନ୍ତ୍ରଣ କରି ରାଗରୁଷା ଭୁଲାଇବେ କି ?
/kanak/media/post_attachments/wp-content/uploads/2018/05/sonam-aish-759.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)