ଐଶ୍ୱର୍ଯ୍ୟାଙ୍କୁ କରୋନା । ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ, ଗତକାଲି ଅମିତାଭ ଓ ଅଭିଷେକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

1,098

କନକ ବ୍ୟୁରୋ : ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କରୋନା । କେବଳ ଐଶ୍ୱର୍ଯ୍ୟା ନୁହଁନ୍ତି ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗତକାଲି ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ବଚ୍ଚନ ପରିବାରର ୪ ଜଣ ସଦସ୍ୟ ଏବେ କରୋନା  ପଜିଟିଭ ଆସିଛନ୍ତି ।

ବଚ୍ଚନ ପରିବାରର ୪ ସଦସ୍ୟଙ୍କୁ କରୋନା ହୋଇଥିଲେ ମଧ୍ୟ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହାପୂର୍ବରୁ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ପ୍ରଥମ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ତେବେ ଦ୍ୱିତୀୟ ରିପୋର୍ଟରେ ଉଭୟ ମା ଓ ଝିଅଙ୍କ ରିପୋର୍ଟ ପଜିଟିଭ ଆସିଛି । ବଚ୍ଚନ ପରିବାରର ୪ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଉଭୟ ଅମିତାଭ ଓ ଅଭିଷେକଙ୍କୁ ନାନାବତୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଲୋକଙ୍କୁ ବିବ୍ରତ ନ ହେବାକୁ ଟ୍ୱିଟ୍ କରି ବାର୍ତ୍ତା ଦେଇଥିଲେ ଅମିତାଭ ।