ଚଳିତ ମାସରେ ୫-ଜି ସେବା ଆରମ୍ଭ କରିବ ଏୟାରଟେଲ୍ । ଗ୍ରାହକଙ୍କୁ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍ ସେବା ।

249

କନକ ବ୍ୟୁରୋ: ଚଳିତମାସରେ ଏୟାରଟେଲ ୫ଜି ମୋବାଇଲ ଫୋନ ସେବା ଆରମ୍ଭ କରିବ। ଉକ୍ତ ସେବା ଆରମ୍ଭ ପାଇଁ କମ୍ପାନି ଏରିକ୍‌ସନ, ନୋକିଆ ଏବଂ ସାମସଙ୍ଗ ଭଳି ବିଶ୍ବସ୍ତରୀୟ କମ୍ପାନି ସହିତ ରାଜିନାମା ସ୍ବାକ୍ଷର କରିଛି। ଚଳିତମାସ ୧୫ ତାରିଖରେ ରିଲାଏନ୍ସ ଜିଓ ଇନଫୋକମ ଏହାର ସେବା ଆରମ୍ଭ କରିପାରେ ବୋଲି ପୂର୍ବରୁ ସଂରକେତ ଦେଇଛି। ଯଦି ଏହା ହୁଏ ତାହେଲେ ଭାରତରେ ଏହି ଦୁଇ କମ୍ପାନି ଚଳିତମାସରୁ ହିଁ ଭାରତରେ ୫ଜି ମୋବାଇଲ ସେବା ପ୍ରଦାନ କରିବେ। ଏୟାରଟେଲ ଏମ୍‌ଡି ତଥା ସିଇଓ ଗୋପାଳ ବିଟ୍ଟଲଙ୍କ କହିବାନୁଯାୟୀ, ଦୁନିଆର ସର୍ବୋତ୍କୃଷ୍ଟ ଟେକ୍ନୋଲୋଜି ପାର୍ଟନର ସହିତ ମିଶି ଦେଶରେ ଗ୍ରାହକଙ୍କୁ ୫ଜି ସେବାର ସଂପୂର୍ଣ୍ଣ ଲାଭ ପ୍ରଦାନ କରାଯିବ।

୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେଲେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିବ। ଲୋକଙ୍କ ଡିଜିଟାଲ କାର୍ୟ୍ୟ ଆହୁରି ସହଜ ହୋଇଯବ। ୫ଜି କ୍ଷେତ୍ରରେ କାର୍ୟ୍ୟ କରୁଥିବା କମ୍ପାନି ଏରିକ୍‌ସନର କହିବାନୁଯାୟୀ ଦେଶରେ ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା ବଢିବ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୫୦ କୋଟିରୁ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ହୋଇଯିବେ। ଗ୍ରାହକମାନେ ଦ୍ରୁତବେଗରେ ଇଣ୍ଟରନେଟ୍ ସେବା ପାଇପାରିବେ। ଦ୍ୱିତୀୟତଃ ଭିଡିଓ ଗେମିଂ କ୍ଷେତ୍ରରେ ମଧ୍ୟ ୫ଜି ବଡ଼ ପରିବର୍ତ୍ତନ ଆଣିବ। ବିନା ବଫରିଂରେ ଭିଡିଓ ଷ୍ଟ୍ରିମିଂ ସେବା ମିଳିପାରିବ।