ଆରମ୍ଭ ହେଲା ଟେଲିକମ ଯୁଦ୍ଧ । ବିଏସଏନଏଲର କଲ କାଟି ଦେବାକୁ ଧମକ ଦେଉଛି ଏୟାରଟେଲ, ଜାଣନ୍ତୁ କାହିଁକି ।

4,936

ଟେଲିକମ କମ୍ପାନୀଙ୍କ ମଧ୍ୟରେ ଟେଲିକମ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏବେ ବିଏସଏନଏଲ ଓ ଏୟାରଟେଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଏସଏନଏଲ ଦୂରସଂଚାର ବିଭାଗକୁ ଚିଠି ଲେଖି ଆପତ୍ତି ଜଣାଇଛି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଭାରତୀ ଏୟାରଟେଲ ବିଏସଏନଏଲର କଲକୁ କାଟିଦେବାର ଧମକ ଦେଉଛି । ଚିଠିରେ କୁହାଯାଇଛି ଯେ ଏୟାରଟେଲ ଓ ଟାଟା ଟେଲିକମ ସର୍ଭିସେସ ବିଏସଏନଏଲର ଗ୍ରାହକଙ୍କ କଲକୁ ନିଜ ନେଟୱାର୍କରେ ଡ଼ିସକନେକଟ କରିଦେବାର ଧମକ ଦେଇଛି ।

ଟେଲିକମ ବିଭାଗ ପକ୍ଷରୁ ଭାରତୀ ଏୟାରଟେଲ ଓ ଭାରତୀ ହେକସଗାନ ସହ ଟାଟା ଟେଲି ସର୍ଭିସେସର ମୋବିଲିଟି ବ୍ୟବସାୟରୁ ହୋଇଥିବା ମର୍ଜରକୁ ନିଜ ରେକର୍ଡରେ ସାମିଲ କରିନାହିଁ । ନଭେମ୍ବର ୨୧ ତାରିଖରେ ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଥିଲା ଯେ ଏୟାରଟେଲ ପକ୍ଷରୁ ବିଏସଏନଏଲ ଗ୍ରାହକଙ୍କ ଫୋନ କଟାଗଲେ ତାହା ପାଇଁ ଦାୟୀ ରହିବ ନାହିଁ । ଏଥିପାଇଁ କେବଳ ବିଏସଏନଏଲ ହିଁ ଦାୟୀ ରହିବ ।

ଏଠାରେ ସୂଚନା ଥାଉ କି ଟେଲିକମ ବିଭାଗ ଏହି ମାସରେ ଏୟାରଟେଲ-ଟାଟା ଟେଲି ସର୍ଭିସେସ ମଧ୍ୟରେ ଡ଼ିଲ କ୍ଲିୟରାନ୍ସ ପାଇଁ ମିଳୁଥିବା ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟରେ କଡା ମନୋଭାବ ପୋଷଣ କରିଥିଲା । ଟେଲିକମ ବିଭାଗ ଏହି ଦୁଇ କମ୍ପାନୀଙ୍କ ଉପରେ ୮ ହଜାର କୋଟି ଟଙ୍କାର ସ୍ପେକ୍ଟରମ ଚାର୍ଜ ନେଇ ଦାବି କରିଥିଲା ।