ଏୟାରଟେଲ ଗ୍ରାହକଙ୍କ ପାଇଁ ଖରାପ ଖବର । ଟେଲିକମ ଜଗତର ଖ୍ୟାତନାମା କଂପାନୀ ତଥା ଭାରତୀ ଏୟାରଟେଲ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ନିଜର ଥ୍ରୀଜି ନେଟୱର୍କ ସେବା ସଂପୂର୍ଣ୍ଣ ଭାବେ ବନ୍ଦ କରିପାରେ । କଂପାନୀ କହିବା ଅନୁସାରେ, ଏହାର ଆରମ୍ଭ କୋଲକାତାରୁ ବହୁ ପୂର୍ବରୁ ହିଁ ଆରମ୍ଭ କରିଦିଆଯାଇଛି ।

Advertisment

publive-image

ଭାରତୀ ଏୟାରଟେଲର ସିଇଓ ଗୋପାଳ ବିଠଲଙ୍କ କହିବା ଅନୁସାରେ, ନିକଟରେ କମ୍ପାନି ନିଜର କୋଲକତା ସର୍କଲରେ ଥ୍ରୀ-ଜି ସେବାକୁ ବନ୍ଦ କରିଛି ।  ଆସନ୍ତା ସେପ୍ଟେମ୍ବର ସୁଦ୍ଧା କମ୍ପାନି ଆଉ ୬-୭ଟି ସର୍କଲରେ ନିଜର ଥ୍ରୀ-ଜି ସେବା ବନ୍ଦ କରିବ ଓ ମାର୍ଚ୍ଚ ୨୦୨୦ ସୁଦ୍ଧା ସବୁ ସର୍କଲରେ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନିର ସିଇଓ ( ଭାରତ ଓ ଦକ୍ଷିଣ ଏସିଆ) ଗୋପାଳ ବିଠଲ କହିଛନ୍ତି ।

publive-image source : TelecomTalk.info

ତେବେ କମ୍ପାନି ୪-ଜି ସେବା ଓ ଭବିଷ୍ୟତରେ ୫-ଜି ସେବା ଉପରେ ଅଧିକ ଫୋକସ କରିବାକୁ ଚାହୁଁଥିବାରୁ ୩ଜି ସେବା ଚାଲୁ ରଖିବାକୁ ଚାହୁଁନାହିଁ । କମ୍ପାନି ୩ଜି ପାଇଁ ବ୍ୟବହାର କରୁଥିବା ସ୍ପେକ୍ଟ୍ରମରେ ୪ଜି ସେବା ପ୍ରଦାନ କରିବ । ସାରା ଦେଶରେ କମ୍ପାନିର ଏବେ ପ୍ରାୟ ୧୨୦ ନିୟୁତ ଡାଟା ଗ୍ରାହକ ଅଛନ୍ତି ।