ଗ୍ରାହକଙ୍କ ପାଇଁ ଏୟାରଟେଲର ଜବରଦସ୍ତ ଅଫର । ୧୪୮ ଟଙ୍କାରେ ୩ଜିବି ଡାଟା ସହିତ ମିଳିବ ଅନଲିମିଟେଡ ଟକଟାଇମ୍

୧୪୮ଟଙ୍କାର ନୂଆ ପ୍ଲାନ୍ ବଜାରକୁ ଆଣିଛି।

557

ଭାରତୀ ଏୟାରଟେଲ ନିଜର ପ୍ରିପେଡ ଗ୍ରାହକଙ୍କ ପାଇଁ ୧୪୮ଟଙ୍କାର ନୂଆ ପ୍ଲାନ୍ ବଜାରକୁ ଆଣିଛି। ଅର୍ଥାତ ଆପଣ ଏବେ ୧୫୦ଟଙ୍କାରୁ କମରେ ବି ମାସକ ପାଇଁ ୩ଜିବି ଡାଟା ବ୍ୟବହାର କରି ପାରିବେ। ଏହି ପ୍ଲାନରେ ୩ଜିବି ଡାଟା ସହିତ ଅସୀମିତ କଲିଂ ସୁବିଧା ୨୮ଦିନ ପାଇଁ ରହିଛି। ଏତଦ୍ ବ୍ୟତୀତ ଏହି ପ୍ଲାନରେ ୨୮ଦିନ ପାଇଁ ୧୦୦ ଏସଏମଏସ୍ ପ୍ରତିଦିନ ମାଗଣାରେ ମିଳିବ।

୧୪୫ଟଙ୍କାରେ ୧୪୫ର ଟକଟାଇମ୍ ଓ ୧ଜିବି ଡାଟା ୪୨ଦିନ ପାଇଁ ମିଳିଥାଏ। ଏୟାରଟେଲ୍ େଓ୍ଵବସାଇଟ୍ ମୁତାବକ ୧୪୮ଟଙ୍କାର ପ୍ଲାନରେ ଗ୍ରାହକଙ୍କୁ ଏୟାରଟେଲ ଟିଭି ଓ ଉଇଙ୍ଗ ମ୍ୟୁଜିକକୁ ବି ଆକସେସ୍ କରିବାର ମଉକା ମିଳିଥାଏ।

ସମ୍ପ୍ରତି ୧୪୮ଟଙ୍କାର ଏହି ପ୍ଲାନ୍ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଲାଗୁ ହୋଇଛି। ଆଗାମୀ ଦିନରେ ଏହା ଦେଶର ଅନ୍ୟ ସ୍ଥାନରେ ଲାଗୁ ହୋଇଯିବ। ଏହି ପ୍ଲାନରେ ଅସୀମିତ ଡାଟା ସହିତ ମାଗଣା ରୋମିଂ ଓ ଏସଟିଡି ବି ଉପଲବ୍ଧ ରହିଛି। ଉଇଙ୍ଗ ମ୍ୟୁଜିକ୍ର ଆକସେସ୍ ସହିତ ଏହି ପ୍ଲାନରେ ବ୍ୟବହାରକାରୀ ୩୫୦ ଲାଇବ୍ ଚାନେଲ୍, ସିନେମା ଓ ଟିଭି ସୋ’ର ଆନନ୍ଦ ଉଠାଇ ପାରିବେ।