କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀ, ଇନ୍ଧନ ପରେ ଏବେ ପୁଣି ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ କିଛି ଦିନର ବିରତି ପରେ ପୁଣି ତାର ପ୍ରିପେଡ ପ୍ଲାନର ରିଚାର୍ଜ ରାଶି ବୃଦ୍ଧି କରିବାକୁ ଯାଉଛି । ଏନେଇ କମ୍ପାନୀର ସିଇଓ ଗୋପାଲ ବିଟ୍ଟଲ କହିଛନ୍ତି କି ୨୦୨୨ ରେ ପୁଣିଥରେ ପ୍ରିପେଡ ପ୍ଲାନ ଉପରେ ଦର ବଢିପାରେ । ଏହାସହ ସେ କହିଛନ୍ତି କି ଏଥର କମ୍ପାନୀର ଏଭରେଜ ରେଭିନ୍ୟୁ ପ୍ରତି ବ୍ୟବହାରକାରୀଙ୍କୁ ୨୦୦ ଟଙ୍କା ଦେବାକୁ ପଡିବ ।
ଅନ୍ୟପଟେ ଟେଲିକମ ରେଗୁଲେଟୋରୀ ଦ୍ୱାରା ୫ଜି ପାଇଁ ସ୍ଥିର କରାଯାଇଥିବା ବେସ୍ ପ୍ରାଇସକୁ ନେଇ ଖୁସିନାହିଁ ଏୟାରଟେଲ । ଏନେଇ ବିଟ୍ଟଲ କହିଛନ୍ତି କି ଟେଲିକମ୍ ଇଣ୍ଡଷ୍ଟ୍ରିଜ ତରଫରୁ ୫ ଜି ଶସ୍ତାରେ ମଳିବା ନେଇ ଆଶା କରାଯାଉଥିବା ବେଳେ ଟେଲିକମ ରେଗୁଲେଟୋରୀ ଯେଉଁ ଦାମ ସ୍ଥିର କରିଛି ତାହା କମ୍ପାନୀଗୁଡିକ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ।
କହିରଖୁ କି, ଗତବର୍ଷ ଦେଶର ପ୍ରମୁଖ ଟେଲିକମ୍ ଅପରେଟରମାନେ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮-୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ହେଲେ ଏବେ ୫ ଜିକୁ ନେଇ ଟେଲିକମ ରେଗୁଲେଟୋରୀ ପକ୍ଷରୁ ଯେଉଁ ସଂଶୋଧିତ ଦର ଧାର୍ଯ୍ୟ କରାଯାଇଛି ତାହାକୁ ନେଇ ଟେଲିକମ କମ୍ପାନୀମାନେ ଖୁସି ନଥିବା କଥା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/AIRTEL.jpg)