ଗ୍ରାହକଙ୍କୁ ଚେତାବନୀ ଦେଲା ଏୟାରଟେଲ୍ । କରନ୍ତୁନି ଏହି କାମ, ନହେଲେ ଖୋଲି ହୋଇଯିବ ଆପଣଙ୍କ ଆକାଉଣ୍ଟ ।

458

କନକ ବ୍ୟୁରୋ : ଦିନକୁ ଦିନ ସାଇବର ଫ୍ରଡ୍ ଭଳି ଅପରାଧ ବଢିଚାଲିଥିବା ବେଳେ ନିଜ ଉପଭୋକ୍ତାମାନଙ୍କୁ ଚେତାବନୀ ଦେଇଛି ଏୟାରଟେଲ୍ । ଏୟାରଟେଲ୍ ସିଇଓ ଗୋପାଲ ଭିତ୍ତଲ ସାଇବର ଫ୍ରଡକୁ ନେଇ ଆଲର୍ଟ ରହିବା ପାଇଁ ନିଜ କଷ୍ଟମରମାନଙ୍କୁ କହିଛନ୍ତି । କାରଣ କିଛି ଫ୍ରଡ୍ ନିଜକୁ କମ୍ପାନୀର ଅଧିକାରୀ ଭାବେ ପରିଚୟ ଦେଇ ୟୁଜର୍ସଙ୍କ ଠାରୁ ବ୍ୟାଙ୍କ୍ ଡିଟେଲ୍ସ ହାସଲ କରିନେଉଛନ୍ତି । ତେଣୁ ତେଣୁ ଏଭଳି କଲକୁ ଅଣଦେଖା କରିବା ପାଇଁ କହିଛି କମ୍ପାନୀ ।

ଅନେକ ଫେକ୍ ୟୁପିଆଇ ଆପ୍ସ ଇକମର୍ସ ସାଇଟରେ ଆକ୍ଟିଭ ରହୁଛି । ଯାହାକୁ ଆପଣଙ୍କୁ ଅଥେଣ୍ଟିକ୍ ଲାଗିବ, କିନ୍ତୁ ଏହା ୟୁଜର୍ସମାନଙ୍କ ସହ ଫ୍ରଡ୍ କରିବା ଉଦ୍ଦେଶ୍ୟରେ ବନାଯାଇଛି । ଯଦି ଆପଣ ଏଭଳି କିଛି ଫେକ୍ ୟୁପିଆଇ ଆପ୍ ଡାଉନଲୋଡ୍ କରୁଛନ୍ତି, ତେବେ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଏବଂ ଏମପିଆଇଏନ୍ ବାବଦରେ ଆପଣଙ୍କୁ ପଚରାଯିବ । ଆଉ ଯଦି ଭୁଲରେ ଆପଣ ଏହି ଡିଟେଲ୍ସ ଦେଇଦେଉଛନ୍ତି ତେବେ ଆପଣ ଏକ ବଡ ଧରଣର ଠକାମିର ଶିକାର ହେବେ । କାରଣ ଆପଣଙ୍କ ବ୍ୟାଙ୍କ୍ ଡିଟେଲ୍ସର ଆକ୍ସେସ ଠକ ହାତକୁ ଚାଲିଯିବ ।

ଏହା ସହ ଏୟାରଟେଲ୍ ସିଇଓ କହିଛନ୍ତି, ଅଜଣା କଲକୁ ନେଇ ମଧ୍ୟ ସାବଧାନ୍ ରୁହନ୍ତୁ । କାରଣ ଠକ ଅଜଣା ନମ୍ବରରୁ ଆପଣଙ୍କୁ କଲ୍ କରିବ । ଏବଂ ନିଜକୁ ଏୟାରଟେଲର ଅଧିକାରୀ ଭାବେ ପରିଚୟ ଦେଇ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଏବଂ ଓଟିପି ମାଗିବ । ଆପଣ କେବେବି କାହାକୁ କୌଣସି ଓଟିପି ସେୟାର କରନ୍ତୁ ନାହିଁ । କେୱାଇସି ଫର୍ମ ଅପଡେଟ୍ ନାମରେ କୌଣସି କଲ୍ ଆସିଲେ, କୌଣସି ଡିଟେଲ୍ସ ଦିଅନ୍ତୁ ନାହିଁ ।