ରିଲାଏନ୍ସ ଜିଓ ଭଳି ଏବେ ଏୟାରଟେଲ୍ ମଧ୍ୟ ଖେଳ ଏବଂ ଜିତ ଭଳି ଗେମ୍ ଲଞ୍ଚ୍ କରିବାକୁ ଯାଉଛି । ଏହି ଗେମର ନାଁ କମ୍ପାନୀ ଏୟାରଟେଲ୍ ଟିଭି ଫ୍ରି ହିଟ୍ ରଖିଛି । ଏହା ଟିଭି ଅର୍ଥାତ୍ ଏୟାରଟେଲ୍ ଟିଭି ଆପ୍ ଜରିଆରେ ଆପଣ ଖେଳିପାରିବେ । ପ୍ରତିଦିନ ଏହି ଗେମରେ ଆଇପିଏଲ୍ ୨୦୧୮ ଟି-୨୦ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ୟୁଜର୍ସଙ୍କୁ କିଛି ପ୍ରଶ୍ନ ପଚରାଯିବ । ସଠିକ ଉତ୍ତରଦାତାଙ୍କୁ କମ୍ପାନୀ ତରଫରୁ କ୍ୟାସ୍ ପ୍ରାଇଜ୍ ଦିଆଯିବ । ଆପଣଙ୍କୁ କେତେ ଟଙ୍କା କ୍ୟାସ୍ ପ୍ରାଇଜ୍ ମିଳିବ ତାହା ଆପଣଙ୍କୁ ଖେଳ ଶେଷ ହେବାର ତୁରନ୍ତ ଆପ୍ ପ୍ରୋଫାଇଲରେ ଦେଖିବାକୁ ମିଳିବ ।ପ୍ରତିଦିନ ସନ୍ଧ୍ୟା ୭.୩୦ ରେ ଏହି ଗେମ୍ ଆରମ୍ଭ ହେବ । ଗେମ୍ ଆରମ୍ଭରେ ୟୁଜର୍ସଙ୍କୁ ୧୧ ଟି ପ୍ରଶ୍ନ ପଚରାଯିବ । ପ୍ରଶ୍ନର ସଠିକ ଉତ୍ତର ଦେବା ପରେ ଆପଣଙ୍କ କ୍ୟାସ୍ ପ୍ରାଇଜ୍ ଘୋଷଣା କରାଯିବ । ବିଜେତାଙ୍କ ଘୋଷଣା ଆପରେ ନୋଟିଫିକେସନ୍ ଜରିଆରେ ହେବ । କେବଳ ଆଣ୍ଡ୍ରୋଏଡ୍ ୟୁଜର୍ସ ଏହି ଗେମରେ ଭାଗ ନେଇପାରିବେ । ଏହି ଗେମକୁ କେବଳ ଏୟାରଟେଲ୍ ଟି.ଭି. ଆପ୍ ଜରିଆରେ ଖେଳାଯାଇପାରିବ ।
ଏୟାରଟେଲ ଦେଉଛି ୨ ଲକ୍ଷ ଟଙ୍କା ଜିତିବାର ସୁନେଲୀ ମଉକା ! ଜାଣନ୍ତୁ କେମିତି ଏବଂ କିଭଳି ଜିତିବେ ଏହି ଟଙ୍କା ।
/kanak/media/post_attachments/wp-content/uploads/2018/05/airtel-introduced-quiz-games-answering-some-questions-you-won-too-many-millions_144862.jpg)