ଜିଓକୁ ଟକ୍କର ଦେବ ଏୟାରଟେଲ୍ । ବଜାରକୁ ଆସିଲା ଏୟାରଟେଲର ଏକ୍ସଟ୍ରିମ୍ ସେବା, ଜାଣନ୍ତୁ କିଭଳି ଉପକୃତ ହେବେ ଗ୍ରାହକ

ଜିଓର ଜିଓଫାଇବରକୁ ଟକ୍କର ଦେବାକୁ ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଛି ।

2,172

ଜିଓର ଜିଓଫାଇବରକୁ ଟକ୍କର ଦେବାକୁ ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଛି । କଂପାନି ଏକ୍ସଟ୍ରିମ୍ ଷ୍ଟିକ୍ ଓ ଏକ୍ସଟ୍ରିମ୍ ସେଟ୍-ଟପ୍ ବକ୍ସ ଆଣିଛି। ଏୟାରଟେଲ୍ ଏକ୍ସଟ୍ରିମରେ ଉପଭୋକ୍ତା ୧ ଜିବିପିଏସର ଇଣ୍ଟରନେଟ ପାଇପାରିବେ ଜ୍ଝ ଏୟାରଟେଲର ଉଭୟ ଷ୍ଟିକ୍ ଓ ସେଟ୍-ଟପ୍ ବକ୍ସର ମୂଲ୍ୟ ୩୯୯୯ ଟଙ୍କା ଲେଖାଏଁ ରଖାଯାଇଛି । ଏୟାରଟେଲ୍ ଥାଙ୍କସ୍ ଗ୍ରାହକଙ୍କୁ କେତେକ ପ୍ରିମିୟମ୍ ସେବା ମାଗଣାରେ ଉପଲବ୍ଧ କରାଯିବ। ଏୟାରଟେଲର ଏହି ଦୁଇ ଉତ୍ପାଦ ଅନଲାଇନରେ ଉପଲବ୍ଧ ହେଉଛି। ଏୟାରଟେଲ୍ ଏକ୍ସଟ୍ରିମ୍ ଷ୍ଟିକରେ ଆଣ୍ଡ୍ରଏଡ୍ ୮.୦ ରହିଛି।
ଏହାକୁ ମୋବାଇଲ୍ ଫୋନ୍, ପିସି ଓ ସ୍ମାର୍ଟ ଟିଭିରେ ଚଲାଇହେବ। ଏଠାରେ ସୂଚନା ଥାଉ କି ରିଲାଏନ୍ସ ଜିଓ ପକ୍ଷରୁ ବହୁପ୍ରତୀକ୍ଷିତ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର ସେପ୍ଟେମ୍ବର ୫ଥରୁ ଦେଶବ୍ୟାପୀ ୧୬୦୦ ସହରରେ ଆରମ୍ଭ କରାଯାଇଥିଲା । ଏହି ସେବା ମାଧ୍ୟମରେ ଜିଓ ୧୦୦ ଏମବିପିଏସରୁ ୧ ଜିବିପିଏସ ସ୍ପିଡରେ ଇଣ୍ଟରନେଟ ସେବା ଯୋଗାଇଦେଉଛି । ମାସିକ ପ୍ଲାନ ୬୯୯ ଟଙ୍କାରୁ ୮୪୯୯ ଟଙ୍କା ପର୍ୟ୍ୟନ୍ତ ରହିଛି ।
କମ୍ପାନି ପକ୍ଷରୁ ୬ଟି ମାସିକ ପ୍ଲାନ ଓ ୩ଟି ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି । ଏହା ସହିତ ମାସିକ କିସ୍ତି ବ୍ୟବସ୍ଥା ମଧ୍ୟ ରହିଛି । ଗତ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ ଅବସରରେ ଜିଓଫାଇବର ଲଞ୍ଚ୍ ହେବା ସଂପର୍କରେ ଘୋଷଣା କରାଯାଇଥିଲା ।