କନକ ବ୍ୟୁରୋ : ଦେଶରେ ଏବେ ଏୟାରଟେଲ ୫ଜି ପ୍ଲସ ଇଣ୍ଟରନେଟ ସେବା ଆରମ୍ଭ କରିଛି । ଏହି କ୍ରମରେ ପ୍ରଥମେ ଦେଶର ୮ ଟି ପ୍ରମୁଖ ସହରରେ ଏହି ସେବା ଏୟାରଟେଲ ପକ୍ଷରୁ ଯୋଗାଇ ଦିଆଯାଇଛି । ଏହି ୮ ଟି ସହର ମଧ୍ୟରେ ରହିଛି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁର, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଓ ବାରଣାସୀ । ଏହି ସହର ଗୁଡିକରେ ଏୟାରଟେଲ ଉପଭୋକ୍ତାମାନେ କୌଣସି ଅଧିକ ଦେୟ ନଦେଇ ଏହି ସେବାର ଲାଭ ପାଇପାରିବେ । ଏହାସହ ୨୦୨୩ ସୁଦ୍ଧା ସାରା ଦେଶରେ ଏୟାରଟେଲ ୫ଜି ପ୍ଲସ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା କଥା କୁହାଯାଇଛି ।

Advertisment

ସେପଟେ ଏୟାରଟେଲ ପକ୍ଷରୁ ୫ ଜି ଆସିବା ପରେ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଏହି ୫ଜି ନେଟୱର୍କ ୪ ଜି ନେଟୱର୍କ ଠାରୁ ୩୦ ଗୁଣ ଅଧିକ ବେଗରେ ଇଣ୍ଟରନେଟ ସେବା ଯୋଗାଇ ଦେବ । ଏହାସହ କମ୍ପାନୀ ସ୍ପଷ୍ଟ କରିଛି କି ୫ ଜି ସେବା ପାଇବାକୁ ଉପଭୋକ୍ତାଙ୍କୁ ୪ ଜି ସିମ୍ ବଦଳାଇବାକୁ ପଡିବ ନାହିଁ ।

ଯଦି ଆପଣ ୫ଜି ସେବା ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଏହି ୮ ଟି ସହରରେ ରହୁଥିବା ଉପଭୋକ୍ତାମାନେ ସେମାନଙ୍କ ସ୍ମାର୍ଟଫୋନରେ ଥିବା ୪ଜି ସିମରୁ ହିଁ ୫ ଜି ସେବା ଉପଭୋଗ କରିପାରିବେ । ଏହାସହ ଆପଣଙ୍କ ନିକଟରେ ୫ ଟି ନେଟୱର୍କ ପହଂଚିଛି କି ନାହିଁ ଜାଣିବା ପାଇଁ ଆପଣ ଏୟାରଟେଲ ଥ୍ୟାଙ୍କସଆପ୍ ସହ ଯୋଗା ଯୋଗ କରିପାରିବେ ।