କନକ ବ୍ୟୁରୋ: ଉଗ୍ର ହେବାରେ ଲାଗିଛି ଇସ୍ରାଏଲ ଯୁଦ୍ଧ । ଇସ୍ରାଏଲ ଉପରେ ହମାସ ଆତଙ୍କୀ ସଙ୍ଗଠନର ଆକ୍ରମଣ ପରେ ଯୁଦ୍ଧ ଡାକରା ଦେଇଛି ଇସ୍ରାଏଲ ସରକାର । ଗାଜା ସ୍ଥିତ ହମାସର ସବୁ ଠିକଣା ବାଛି ବାଛି ଆକ୍ରମଣ କରୁଛି ଇସ୍ରାଏଲ ଏୟାରଫୋର୍ସ । ଇସ୍ରାଏଲର ଲଢୁଆ ବିମାନ ଗାଜା ପଟ୍ଟି ସ୍ଥିତ ହମାସ ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ଲାଗିଛି । ଇସ୍ରାଏଲ ସେନା ଆକ୍ରମଣରେ ଧ୍ୱଂସ୍ ସ୍ତୁପ ପାଲଟି ଗଲାଣି ଗାଜା ପଟ୍ଟିର ଅନେକ ସ୍ଥାନ ।

ଗତ ଶନିବାର ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ହଜାର ମିସାଇଲ ମାଡ କରିିଥିଲା । ଏହାସହ ଇସ୍ରାଏଲରେ ଅନୁପ୍ରବେଶ କରି ଅନେକ ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ଅପହରଣ କରିନେଥିଲେ ହମାସ ଆତଙ୍କୀ । ଏହାର ପ୍ରତିଶୋଧ ନେବା ପାଇଁ ଯୁଦ୍ଧ ଡାକରା ଦେଇଛି ଇସ୍ରାଏଲ । ଗାଜା ପଟ୍ଟି ଉପରେ ଜୋରଦାର ପାଲଟା ଆକ୍ରମଣ କରୁଛି ଇସ୍ରାଏଲ ସେନା ।

ପ୍ରତିଶୋଧ ନେଉଛି ଇସ୍ରାଏଲ

  • ହମାସ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଉଛି ଇସ୍ରାଏଲ
  • ଗାଜା ପଟ୍ଟି ଉପରେ ଇଜ୍ରାଏଲର ଏୟାରଷ୍ଟ୍ରାଇକ୍
  • ପ୍ରତ୍ୟେକ ଥର ୬୦ଟି ଇସ୍ରାଏଲ ଲଢୁଆ ବିମାନ କରିଛି ଆକ୍ରମଣ
  • ଗତ ୨୪ ଘଣ୍ଟାରେ ଗାଜା ପଟ୍ଟି ଉପରେ ୪ଥର ଏୟାର ଷ୍ଟ୍ରାଇକ୍
  • ହମାସର ୮୦୦ଟି ଠିକଣା ଉପରେ ଆକ୍ରମଣ
  • ୧ ହଜାରରୁ ଅଧିକ ବୋମା ବର୍ଷା କରିଛି ଇସ୍ରାଏଲ ବାୟୁସେନା
  • ରବିବାର ଅପରାହ୍ଣ ୩ଟାରେ ଗାଜା ପଟ୍ଟି ଉପରେ ପ୍ରଥମ ଆକ୍ରମଣ କରିଥିଲା ଇସ୍ରାଏଲ
  • ରବିବାର ରାତି ୯ଟାରେ ହୋଇଥିଲା ଦ୍ୱିତୀୟ ଆକ୍ରମଣ
  • ଗାଜା ସହରର ୨୦୦ରୁ ଅଧିକ ସ୍ଥାନରେ ବୋମା ବର୍ଷା କଲା ଇସ୍ରାଏଲ ବାୟୁସେନା
  • ମସଜିଦ୍, ହମାସ ଆତଙ୍କୀ ଶିବିର, ୩ଟି ସୁଡଙ୍ଗ ଉପରେ ବୋମା ମାଡ କରିଛି ଇସ୍ରାଏଲ ସେନା