ମଝି ରାତିରେ ତାଲିବାନ ଉପରେ ବି ହୋଇଛି ଆକାଶପଥରୁ ଆକ୍ରମଣ? ବଢିଲା ଚର୍ଚ୍ଚା, କିଏ କଲା ଏହି ଆକ୍ରମଣ? 

Advertisment
ମଝି ରାତିରେ ତାଲିବାନ ଉପରେ ବି ହୋଇଛି ଆକାଶପଥରୁ ଆକ୍ରମଣ? ବଢିଲା ଚର୍ଚ୍ଚା, କିଏ କଲା ଏହି ଆକ୍ରମଣ? 

କନକ ବ୍ୟୁରୋ : ଆଫଗାନିସ୍ତାନକୁ ଅଧିକାର କରିବା ପରେ ସହଜରେ ସରକାର ଗଢିବ ବୋଲି ତାଲିବାନ ଭାବିଥିଲା, କିନ୍ତୁ ଏବେ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଗୋଟିଏ ପଟେ ପଞ୍ଜଶୀର ଘାଟିରେ ରକ୍ତାକ୍ତ ସଂଘର୍ଷ ଚାଲିଥିବାବେଳେ, ଅନ୍ୟପଟେ ତାଲିବାନ ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନ ତାଲିବାନକୁ ବିବ୍ରତ କରିଦେଇଛି ।

ପାକିସ୍ତାନ ବାୟୁସେନାର ଡ୍ରୋନ ଆକ୍ରମଣ ସହାୟତାରେ ପଞ୍ଜଶୀରକୁ ସହଜରେ ଜିତିବାର ଦାବି କରିଥିବା ତାଲିବାନ ଆଜି ସକାଳୁ ଏକ ଗୋପନ ବିମାନ ଆକ୍ରମଣର ସମ୍ମୁଖୀନ ହୋଇ ବ୍ୟାପକ କ୍ଷୟକ୍ଷତି ସହିଛି । ତେବେ ପଞ୍ଜଶୀରରେ ଲଢୁଥିବା ଜାତୀୟ ପ୍ରତିରୋଧ ବାହିନୀକୁ ସହାୟତା କରିବାକୁ ଗୋପନ ବିମାନ ଆକ୍ରମଣ କରିଥିବା ଦେଶ କିଏ ? ଏ ନେଇ ବିଶେଷଜ୍ଞ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ତେବେ ସବୁଠାରୁ ଚର୍ଚ୍ଚିତ ମତ ହେଉଛି ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ପୂର୍ବରୁ ଆଫଗାନ ବାୟୁସେନାର କେତେକ ଲଢୁଆ ବିମାନକୁ ତାଜିକିସ୍ତାନକୁ ସ୍ଥାନାନ୍ତରୀତ କରାଯାଇଥିଲା । ସେହି ବିମାନଗୁଡ଼ିକ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ ଗିସାର ମିଲିଟାରୀ ଏରୋଡ୍ରୋମରୁ ଉଡ଼ାଣ ଭରି ତାଲିବାନ ଉପରେ ଆକ୍ରମଣ କରିଥିବା କୁହାଯାଉଛି ।

୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଭାରତ ସରକାର ତାଜିକିସ୍ତାନର ଆଇନିଠାରେ ଏକ ବାୟୁସେନା ଘାଟି ପ୍ରତିଷ୍ଠା କରିଥିଲେ । ତାହାକୁ ଗିସାର ମିଲିଟାରୀ ଏରୋଡ୍ରୋମ କୁହାଯାଏ । ଭାରତର ସୁଖୋଇ ଲଢୁଆ ବିମାନ ସେଠାରେ ମୁତୟନ ରହିଛି । ଉଭୟ ପାକିସ୍ତାନ ଓ ଚୀନକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏହି ବିମାନଘାଟିକୁ ସ୍ଥାପନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe