କନକ ବ୍ୟୁରୋ: ମାଲକାନଗିରିରେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଭୁଷୁଡ଼ି ପଡ଼ିଛି ଏୟାରପୋର୍ଟ କାନ୍ଥ । ୫୦ ମିଟରରୁ ଅଧିକ ଲମ୍ବର ପାଚେରୀ ଭୁଷୁଡ଼ିପଡ଼ିଛି । ନିର୍ମାଣ ସମୟରେ ମଧ୍ୟ ଏହି କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି ଥରେ କାନ୍ଥ ଭୁଷୁଡ଼ି ପଡ଼ିଥିବା ବେଳେ କାମର ମାନକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।