ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର : ୮ ମିନିଟରେ ରୋଗୀ ପହଁଚିବେ ବିମାନ ବନ୍ଦର, ଅଧିକ ଚିକିତ୍ସା ପାଇଁ ଏୟାର ଆଂବୁଲାନ୍ସରେ ଯିବେ ହାଇଦ୍ରାବାଦ

କରୋନାରୁ ସୁସ୍ଥ ହେବା ପରେ କରାଯାଇଛି କୃତ୍ରିମ ଫୁସଫୁସ୍ ପ୍ରତିରୋପଣ

643

କନକ ବ୍ୟୁରୋ : ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର । ମାତ୍ର ୭ରୁ ୮ ମିନିଟ୍ ମଧ୍ୟରେ ନୟାପଲ୍ଲୀର ଏକ ଘରୋଇ ଡାକ୍ତରଖାନାରୁ ନିଆଯିବ ଭୁବନେଶ୍ୱର ବିମାନବନ୍ଦର । ସେଠାରୁ ଏୟାର ଆଂବୁଲାନ୍ସ ଜରିଆରେ ରୋଗୀଙ୍କୁ ନିଆଯିବ ହାଇଦ୍ରାବାଦର କିମ୍ସ ହସ୍ପିଟାଲ । ଗ୍ରୀନ୍ କରିଡର ପାଇଁ କମିଶନରେଟ୍ ପୋଲିସ ସମସ୍ତ ବ୍ୟବସ୍ଥା କରିଛି ।

ନୟାପଲ୍ଲୀର ଡାକ୍ତରଖାନାରୁ ଏୟାରପୋର୍ଟ ଯାଏଁ ପୁରା ରୁଟକୁ ଏହି ସମୟରେ କରାଯିବ ଟ୍ରାଫିକ୍ ଫ୍ରି । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳର ଅଭୟ ଜେନା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସ୍ ପୁରା ଖରାପ ହୋଇଯାଇଥିଲା । ଏହା ପରେ ସରକାରଙ୍କ ସହାୟତାରେ ତାଙ୍କ ଠାରେ ସଫଳତାର ସହିତ କୃତ୍ରିମ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ସ ଡାକ୍ତରଖାନାକୁ ନିଆଯାଉଛି ।

ବର୍ତ୍ତମାନ ଲାଇଫ୍ ସପୋର୍ଟ ସିଷ୍ଟମରେ ତାଙ୍କୁ ରଖା ଯାଇଛି । ତାଙ୍କର ଏକାଧିକ ଅଙ୍ଗ ଅଚଳ ରହିଛି । ହାଇଦ୍ରାବାଦରୁ ଆସିଥିବା ଓଡିଆ ଡାକ୍ତର ସଂବିତ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ , ଚିକିତ୍ସା ସୁବିଧା ପାଇଁ ଉପସ୍ଥିତ ରହିଛନ୍ତି । ଏହି ଟିମ୍ ରୋଗୀଙ୍କ ସହିତ ଯିବେ ହାଇଦ୍ରାବାଦ୍ । ଗତ ୧୯ ଦିନ ଧରି କରୋନା ସହିତ ଲଢେଇ କରି ସୁସ୍ଥ ହୋଇ ଅଧିକ ଚିକିତ୍ସିତ ହେଉଛନ୍ତି ଅଭୟ ଜେନା ।