କନକ ବ୍ୟୁରୋ : ବିନା ସୂଚନାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟର ଅବତରଣ କରିବା ମାମଲାରେ ୫ ହଜାର ଟଙ୍କା ଫାଇନ ହୋଇଛି । ନିର୍ବାଚନୀ ପ୍ରଚାର ବେଳେ ସେ ଜୟପୁର ଆସିଥିବା ବେଳେ ସେଠାରେ ତାଙ୍କ ହେଲିକପ୍ଟର ଅବତରଣ କରିଥିଲା । ହେଲେ ହେଲିକପ୍ଟର ଅବତରଣ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା । ତାଙ୍କ ହେଲିକପ୍ଟର କୋରାପୁଟରେ ଅବତରଣ କରିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଅବତରଣ ହୋଇପାରି ନଥିଲା ।
ଏଭଳି ଫାଇନ କାଟିବାକୁ ନେଇ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ହେଲେ ସ୍ଥାନୀୟ ବିଜେପି କର୍ମୀ ଓ ବିଧାୟକ ପ୍ରାର୍ଥୀ ଏହାକୁ ନେଇ ଦୁଖ ପ୍ରକାଶ କରିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଏଭଳି ଫାଇନ କାଟିବା କଥା ନୁହେଁ ବୋଲି କହିଛନ୍ତି ବିଜେପି କର୍ମୀ । ହେଲେ ଏୟାରପୋର୍ଟ ଅଧିକାରୀ କହିଛନ୍ତି କି, ବେଆଇନ ବା ବିନା ସୂଚନାରେ ଅବତରଣ କରିଥିବାରୁ ଫାଇନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/Untitled-1-14.jpg)