ପାକିସ୍ତାନର ଆର୍ଥୀକ ଅବସ୍ଥା ଏଭଳି ଶୋଚନୀୟ ହୋଇପଡିଛି ଯେ ନିତିଦିନିଆ ଜୀବନରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ପାକ୍ ବାସୀ । କିନ୍ତୁ ମୁର୍ଖାମି କରିବାରେ ପଛାଉନି ପାକ୍ । ଏଭଳି କହିବା ପଛରେ ବି କାରଣ ରହିଛି ଯାହାକୁ କହିଲେ ବିଶ୍ୱାସ କରିବା ଟିକେ କଷ୍ଟ ହେବ କିନ୍ତୁ ଏହା ହିଁ ସତ । ଜିଓ ନ୍ୟୁଜ୍ ମୁତାବକ , ପାକିସ୍ତାନର ସରକାରୀ ବିମାନ ସେବା ପାକିସ୍ତାନ ପିଆଇଏ ଗତ କିଛି ଦିନ ଧରି ବିନା କୌଣସି ଯାତ୍ରୀରେ ହିଁ ଉଡାଣ ଭରୁଛି ।
ତେବେ ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ କି ଦୁଇଟି ନୁହଁ ଏକାଥରେ ୮୨ ଥର ବିନା କୌଣସି ଯାତ୍ରୀରେ ଏହି ବିମାନ ଉଡାଣ ଭରିଛି । ତେବେ ବିମାନ କମ୍ପାନୀର ଏହି ମୁର୍ଖତା କାରଣରୁ ସରକାରଙ୍କୁ ଏବେ ୧୮ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ରିପୋର୍ଟ ମୁତାବକ , ୨୦୧୬ ଏବଂ ୨୦୧୭ ମଧ୍ୟରେ ପିଆଇଏ ଏଭଳି ୪୬ ଉଡାଣର ସଂଚାଳନ କରିଛି । ଯେଉଁଥିରେ ଜଣେ ବି ଯାତ୍ରୀ ବସିନଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ହଜ୍ ରେ ଯାଉଥିବା ପାଖାପାଖି ୩୬ ବିମାନରେ ବି କେହି ବସିନଥିଲେ । ଏହି ମାମଲାରେ ପ୍ରଶାସନକୁ ସୂଚନା ମିଳିବା ପରେ ଜାଞ୍ଚ୍ କୁ ଜୋରଦାର୍ କରାଯାଇଛି । ପାକ୍ ର କରଜ ଏବେ ୬ ଅରବ୍ ଡଲାର୍ ହୋଇଥିଲାବେଳେ ଏଭଳି ମୁର୍ଖାମୀ ପାକିସ୍ତାନକୁ ମହଙ୍ଗା ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/xaa-2.png)
/kanak/media/post_attachments/wp-content/uploads/2019/09/not-a-single-passenger-in-pia-46-flights-huge-loss-of-18-crores-rupees_287315-300x171.jpg)