କନକ ବ୍ୟୁରୋ : ଶିବସେନା ସାଂସଦଙ୍କୁ ମହଙ୍ଗା ପଡିଲା ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଚପଲରେ ପିଟିବା । ଶିବସେନା ସାଂସଦ ରବୀନ୍ଦ୍ର ଗାଏକ୍ୱାଡ ଏବେ ଆଉ ଏୟାର ଇଣ୍ଡିଆରେ ବିମାନଯାତ୍ରା କରିପାରିପାରିବେନି । ତାଙ୍କ ବିମାନ ଯାତ୍ରା ଉପରେ ରୋକ ଲଗାଇଛନ୍ତି ଏଫଆଇଏ ବା ଫେଡେରେସନ ଅଫ ଇଣ୍ଡିଆନ ଏୟାରଲାଇନ୍ସ ।
ଏୟାର ଇଣ୍ଡିଆ ପକ୍ଷରୁ ସାଂସଦଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଛି । ସେପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ସାଂସଦଙ୍କୁ ଘଟଣା ସମ୍ପର୍କରେ ଜବାବ ମାଗିଛନ୍ତି । ଗୁରୁବାର ଗାଏକ୍ୱାଡ ପୁଣେ ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ସମୟରେ ଏୟାରଲାଇନ ମ୍ୟାନେଜରକୁ ଚପଲରେ ମାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/ravindra-gaikwad-.jpg)