ନୂଆ ଉତ୍ସାହ ଏବଂ ନୂଆ ଲୁକ୍ ରେ ନଜର ଆସିଲେ ବାୟୁୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ! ବାୟୁସେନା ମୁଖ୍ୟଙ୍କ ସହ ଉଡାଇଲେ ମିଗ୍-୨୧ ।

392

ଆଜି ଆକାଶରେ ବିମାନ ଉଡାଇଛନ୍ତି ବାୟୁୁସେନାର ହିରୋ ଅଭିନନ୍ଦନ ବର୍ଦ୍ଧମାନ । ବାୟୁସେନା ମୁଖ୍ୟ ମାର୍ସଲ୍ ବିଏସ୍ ଧନୋଆ ଏବଂ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ପଠାନକୋଟ୍ ଏୟାରବେସ୍ ରେ ମିଗ୍-୨୧ ଲଢୁଆ ବିମାନ ଉଡାଇଛନ୍ତି । ଏହି ସମୟରେ ଅଭିନନ୍ଦନଙ୍କ ନୂଆ ଲୁକ୍ ମଧ୍ୟ ସାମ୍ନାକୁ ଆସିଥିଲା । ନୂଆ ଉତ୍ସାହ ଏବଂ ନୂଆ ଲୁକ୍ ରେ ଦେଖାଦେଇଥିଲେ ଅଭିନନ୍ଦନ ବର୍ଦ୍ଧମାନ ।

 

ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ନିଜ ବାହାଦୂରୀ କାରଣରୁ ପ୍ରସିଦ୍ଧ ହୋଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଦେଶ ପାଇଁ କୌଣସି ହିରୋ ଠାରୁ କମ୍ ନୁହଁନ୍ତି । ପାକ୍ କୁ ଉଚିତ୍ ଜବାବ୍ ଦେଇ ସ୍ୱଦେଶ ବାହୁଡି ଆସିଥିବା ବୀର ଯବାନ ଅଭିନନ୍ଦନଙ୍କୁ ସରକାରଙ୍କ ପକ୍ଷରୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ଏବେ ବଲିଉଡ୍ ମଧ୍ୟ ଏହି ହିରୋଙ୍କୁ ସମ୍ମାନିତ କରିବାକୁ ଯାଇ ଏକ ସିନେମା ନିର୍ମାଣ କରିବେ ବୋଲି ଶୁଣିବାକୁ ମିଳୁଛି ।