କନକ ବ୍ୟୁରୋ : କୋରାପୁଟ ଜୟପୁରରୁ ଉଡିବ ବିମାନ । ଉଡାଣ ଯୋଜନାରେ ଏଥିପାଇଁ ଲାଇସେନ୍ସ ଦେଇଛି ଡିଜିସିଏ । ଉଡାଣ ଦିନର ଗୋଟିଏ ଦିନ ପୂର୍ବରୁ ଡିଜିସିଏ ଏହି ଅନୁମତି ଦେଇଛି । ପୂର୍ବରୁ ବିମାନ ଇଡାଣ ପାଇଁ ଭିତିଭୂମି କାମ ସରିଛି । ଟ୍ରାଏଲ ରନ ବି କରାଯାଇଛି । ବିମାନବନ୍ଦର ତିଆରି ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ବି ଦେଇଛନ୍ତି । ପୂର୍ବରୁ ଜୟପୁରବାସୀ ଏଥିପାଇଁ ଦୀର୍ଘଦିନ ଧରି ଦାବି କରିଆସୁଥିଲେ । ଜୟପୁର ବିମାନବନ୍ଦରକୁ ଏରୋଡ୍ରମ ଲାଇସେନ୍ସ ମିଳିବା ପରେ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ଓ ବିକାଶ କ୍ଷେତ୍ରରେ ସହାୟତା ମିଳିବ ବୋଲି ଆଶା କରାଯାଉଛି ।
ଆଞ୍ଚଳିକ ଯୋଗାଯୋଗ ଯୋଜନା ଓ ଉଡ଼ାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ଜୟପୁର ଏୟାରଷ୍ଟ୍ରିପ୍କୁ ସାମିଲ କରାଯାଇଥିଲା । ଏହାପରେ ଏୟାରପୋର୍ଟ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ନିମନ୍ତେ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବେସରକାରୀ ବିମାନ ଚଳାଚଳ ସଂପୃକ୍ତ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।
ଏପରିକି ରନ୍ୱେ ନିର୍ମାଣ କାର୍ଯ୍ୟର ବାରମ୍ବାର ସମୀକ୍ଷା କରି ପରବର୍ତ୍ତୀ ସମୟରେ ସଂପ୍ରସାରଣ କରାଯାଇଥିଲା । ସୁରକ୍ଷା, ପାଣିପାଗ, ପାରିପାର୍ଶ୍ବିକ ସ୍ଥିତି, ଆପତ୍ତ କାଳୀନ ସ୍ଥିତିର ମୁକାବିଲା ଭଳି ବିଭିନ୍ନ ଦିଗର ଅନୁଧ୍ୟାନ କରିବା ପରେ ଗତ ଦିନରେ ଡିଜିସିଏ ଟିମ୍ କିଛି ତ୍ରୁଟି ଚିହ୍ନଟ କରିଥିଲା । ଯାହାକୁ ପରିବର୍ତ୍ତନ ତଥା ସଂଶୋଧନ କରିବା ପରେ ଚଳିତ ମାସ ୧୨ ତାରିଖରେ ପୁଣି ଡିଜିସିଏ ଟିମ୍ ପହଞ୍ଚି ଭିତ୍ତିଭୂମିର ଯାଞ୍ଚ କରିଥିଲା । ସେହିପରି ୧୩ ତାରିଖ ଦିନ ବିସିଏଏସ୍ ଟିମ୍ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିବା ପରେ ଯାତ୍ରୀବାହୀ ବିମାନ ଚଳାଚଳ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଥିବା ନେଇ ସବୁଜ ସଂକେତ ଦେଇଥିଲେ।
ପୂର୍ବରୁ ନନ୍ ସେଡୁଲ୍ ଭାବେ ବିମାନ ଚଳାଚଳ କରୁଥିବା ବେଳେ ଏୟାରପୋର୍ଟ ମାନ୍ୟତା ମିଳିଥିବାରୁ ଆଗକୁ ସେଡ୍ୟୁଲ୍ ବିମାନ ନିୟମିତ ଚଳାଚଳ କରିପାରିବ । ବେସାମରିକ ବିମାନ ଚଳାଚଳ ବିଭାଗର ସୂଚନା ଅନୁସାରେ ଜୟପୁର ବିମାନବନ୍ଦରକୁ ଡିଜିସିଏ ସର୍ବସାଧାରଣଙ୍କ ନିମନ୍ତେ ବିମାନବନ୍ଦର ଭାବେ ଲାଇସେନ୍ସ ପ୍ରଦାନ କରିଛି । ଏଆରଏଫ୍ଏଫ୍ କାଟୋଗାରି ବିମାନବନ୍ଦର ନିମନ୍ତେ ଲାଗୁ ହୋଇଥିବା ନିୟମାବଳୀକୁ ମାନୁଆଲ ଭାବେ ପଠାଯିବ ବୋଲି ଜଣାପଡ଼ିଛି । ନିୟମିତ ଭାବେ ବିମାନ ଉଡାଣ, ଅବତରଣ ଓ ସର୍ବସାଧାରଣଙ୍କ ପାଇଁ ରହିଥିବା ନିୟମାବଳୀକୁ ଏହି ଏୟାରପୋର୍ଟରେ ପାଳନ କରାଯିବ। ପରବର୍ତ୍ତୀ ସମୟରେ ଏହି ନିୟମାବଳୀରେ ପରିବର୍ତ୍ତନ ହୋଇପାରିବ ବୋଲି ମଧ୍ୟ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/4-26.jpg)