କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ଆଫ୍ରିକାର ମାଲୱିର ଉପରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ । ଉପରାଷ୍ଟ୍ରପତି ସୋଲସ କ୍ଲାସ ଚିଲିମାଙ୍କୁ ନେଇ ଯାଉଥିବା ଏୟାରକ୍ରାଫ୍ଟ ନିଖୋଜ ହୋଇଯାଇଛି । ମାଲୱି ରଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ରାଜଧାନୀ ଲିଲଙ୍ଗୱେରୁ ମାଲବୀ ସେନାର ଏୟାରକ୍ରାଫ୍ଟରେ ଅନ୍ୟ ୯ ଜଣ ପ୍ରତିନିଧି ମଣ୍ଡଳି ସହ ମଜୁଜୁକୁ ଯାତ୍ରା ଆରମ୍ଭ କରିଥିଲେ । ରାଜଧାନୀରୁ ଉଡାଣର କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏୟାରକ୍ରାଫ୍ଟ ରାଡାରରୁ ନିଖୋଜ ହୋଇଯିବାରୁ ଏବେ ଖୋଜାଖୋଜି ଜାରି ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us