ଆଫଗାନ ଶରଣାର୍ଥୀଙ୍କ ପାଇଁ ବଡ ଘୋଷଣା କଲା ଆମେରିକାର ଏହି କମ୍ପାନୀ, ୨୦ ହଜାର ଶରଣାର୍ଥୀଙ୍କୁ ଦେବ ଘର

247

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଏବେ ଦେଖିବାକୁ ମିଳିଛି ମାନବୀୟ ସଂକଟ । ଏଭଳି ସଂକଟରୁ ଉଦ୍ଧାର ପାଇବାକୁ ଆଫଗାନବାସୀ ଏବେ ଜୀବନ ବିକଳରେ ଦେଶ ଛାଡୁଥିବାର ଚିତ୍ର ପୁରା ମାନବ ସଭ୍ୟତାକୁ ଚିନ୍ତାରେ ପକାଇଛି । ଏହାରି ମଧ୍ୟରେ ବିଭିନ୍ନ ଦେଶ ଆଫଗାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଆମେରିକାର ଏକ ବଡ କମ୍ପାନୀ ଏଆଇଆରବିଏନବି ନିଷ୍ପତ୍ତି ନେଇଛି କି କମ୍ପାନୀ ତରଫରୁ ୨୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ଘର ଯୋଗାଇ ଦିଆଯିବ । କମ୍ପାନୀର ମୁଖ୍ୟ ବ୍ରାୟନ ଚେସ୍କି କହିଛନ୍ତି କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରୁ ଅନେକ ଲୋକ ବିସ୍ତାପିତ ହେବାରେ ଲାଗିଛନ୍ତି । ଏହା ଏକ ମାନବୀୟ ସଂକଟ ହୋଇଥିବାରୁ କମ୍ପାନୀ ତାର ସକ୍ଷମ ମୁତାବକ ୨୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ମାଗଣାରେ ଘର ଯୋଗାଇ ଦେବ ।

ସେ କେବଳ ଏହା କହି ନାହାନ୍ତି । କମ୍ପାନୀ ପକ୍ଷରୁ ଶରଣାର୍ଥୀଙ୍କୁ ଗୃହ ଯୋଗାଇ ଦେବାକୁ ଅଗଷ୍ଟ ୨୪ ତାରିଖରୁ କାମ ଆରମ୍ଭ କରିଛନ୍ତି । ଏହାସହ ତାଙ୍କର ଏଭଳି ପଦକ୍ଷେପକୁ ଦେଖି ଅନ୍ୟ ବଡ କମ୍ପାନୀମାନେ ବି ଆଫଗାନ ଶରଣାର୍ଥୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗକୁ ଆସିବେ ବୋଲି ସେ ଆଶା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ,ଆଫଗାନ ଶରଣାର୍ଥୀଙ୍କ ବିସ୍ତାପନ ଓ ପୁନର୍ବାସ ଆଜିର ସମୟରେ ଏକ ବଡ ମାନବୀୟ ସଂକଟରୁ ଗୋଟିଏ ।

ଏଆଇଆରବିଏନବି କମ୍ପାନୀ ଲକ ଅନଲାଇନ ମାର୍କେଟ ପ୍ଲେସ ବ୍ୟବସାୟ କରିଥାଏ । କିଛି ଲୋକଙ୍କ ଠାରୁ ଘର ଭଡାରେ ଆଣି ତାକୁ ଟୁରିଷ୍ଟ ମାନଙ୍କୁ ଭଡାରେ ଦେଇଥାଏ । କହିରଖୁ କି ତାଲିବାନୀ ଆତଙ୍କବାଦୀମାନେ ଅଗଷ୍ଟ ୧୫ ତାରିଖରେ କାବୁଲ ଦଖଲ କରିଥିଲେ । ଏହାପରେ ସେଠାରେ ଏକ ବଡ ମାନବୀୟ ସଂକଟ ଦେଖା ଦେଇଛି । ଆଫଗାନବାସୀ ତାଲିବାନୀଙ୍କ ଭୟରେ ନିଜ ଦେଶ ଛାଡୁଥିବାର ଚିତ୍ର ଏବେ ସମସ୍ତଙ୍କୁ ବିଚଳିତ କରିଛି ।