ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଘରକୁ ଆଣିବା ପାଇଁ ଏୟାରପୋର୍ଟରେ ପହଂଚିଲେ ବାପା ମା’ ! ସାହସୀ ପାଇଲଟଙ୍କ ସଂପର୍କୀୟଙ୍କୁ ଦେଖି ଏଭଳି ସ୍ୱାଗତ କଲେ ଯାତ୍ରୀ ,ଦେଖନ୍ତୁ ଭିଡିଓ

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପିତା କହିଲେ ମୋ ପୁଅ ପାଇଁ ମୁଁ ଗର୍ବିତ ! ଶତ୍ରୁଦେଶରେ ମଧ୍ୟ ମୋ ପୁଅ ବାହାଦୁର୍ ଭଳି କଥାବାର୍ତ୍ତା କରୁଛି ।

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ସ୍ୱଦେଶ ଫେରିବେ । ପାକିସ୍ଥାନୀ ସେନା କବଜାରେ ଦୁଇ ଦିନ ଧରି କଏଦ୍ ଥିବା ଏହି ପାଇଲଟଙ୍କୁ ଆଜି ଛାଡିବ ପାକିସ୍ତାନ । ପୁଲୱାମା ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ପାକିସ୍ତାନରେ ଧରାପଡିଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନକୁ ପାକିସ୍ତାନ ସେନା କଷ୍ଟଡୀରେ ରଖିଥିଲା । ତେବେ ଗୁରୁବାର ଶାନ୍ତିକୁ ବଜାୟ ରଖିବା ପାଇଁ ପାକ୍ ତରଫରୁ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକ୍ ସରକାର ଘୋଷଣା କରିଥିଲେ । ଏହାର କିଛି ସମୟ ପୂର୍ବରୁ ଭାରତ ସରକାର ତାଙ୍କୁ ବିନା କୌଣସି ସର୍ତ୍ତରେ ଛାଡିବା ପାଇଁ ପାକ୍ କୁ ସନ୍ଦେଶ ଦେଇଥିଲେ ।

ତେବେ ଅଭିନନ୍ଦନଙ୍କୁ ଘରକୁ ପାଛୋଟି ଆଣିବା ପାଇଁ ଯେତେବେଳେ ତାଙ୍କ ବାପା ମା’ ଚେନ୍ନାଇ ଫ୍ଲାଇଟରେ ଦିଲ୍ଲୀ ଅଭିମୁଖେ ଯିବା ପାଇଁ ଏୟାରପୋର୍ଟରେ ପହଂଚିଲେ ସେତେବେଳେ ଫ୍ଲାଇଟରେ ବସିଥିବା ଯାତ୍ରୀ ତାଙ୍କୁ ତାଳି ବଜାୟ ସ୍ୱାଗତ କରିଥିଲେ । ତେବେ ପାକିସ୍ତାନର ଏଭଳି ପଦକ୍ଷେପ ଦୁଇଦେଶ ମଧ୍ୟରେ ତିକ୍ତତା ଦୂର କରିବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe