ମାଓ ଶିବିର ଉପରେ ଏୟାର ଷ୍ଟ୍ରାଇକ! ଏପ୍ରିଲ ୧୯ରେ ମାଓ ଶିବିର ଉପରେ ଆକ୍ରମଣ ହୋଇଥିବା ସୂଚନା

831

କନକ ବ୍ୟୁରୋ: ମାଓବାଦୀଙ୍କ ଉପରେ ପ୍ରଥମ ଥର ଲାଗି ହୋଇଛି ଏୟାର ଷ୍ଟ୍ରାଇକ । ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ନୋଟ ଜାରି କରି ଏହି ସୂଚନା ଦେଇଛନ୍ତି । ଏହାସହ ଏୟାରଷ୍ଟ୍ରାଇକର ଭିଡିଓ ଓ ଫଟୋ ବି ଜାରି କରାଯାଇଛି । ମାଓବାଦୀମାନେ ଦାବି କରିଛନ୍ତି, ୧୯ ଏପ୍ରିଲରେ ପୁଲିସ ଡ୍ରୋନ ମାଧ୍ୟମରେ ମାଓବାଦୀଙ୍କ ଉପରେ ୧୨ ବୋମା ଫିଙ୍ଗିଛନ୍ତି ।

ତେବେ ଡ୍ରୋନ ଆକ୍ରମଣ ପୂର୍ବରୁ ମାଓବାଦୀମାନେ ସ୍ଥାନ ପରିବର୍ତନ କରିଦେଇଥିଲେ । ଫଳରେ ସେମାନଙ୍କ କିଛି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମାଓବାଦୀ । ପାମେଡ ଥାନା ଅଂଚଳର ବୋତାଲଙ୍କା ଓ ପାଲା ଗୁଡେମ ଗାଁରେ ଏହି ଡ୍ରୋନ ଆକ୍ରମଣ ହୋଇଛି ।

Comments are closed.