କନକ ବ୍ୟୁରୋ: ମାଓବାଦୀଙ୍କ ଉପରେ ପ୍ରଥମ ଥର ଲାଗି ହୋଇଛି ଏୟାର ଷ୍ଟ୍ରାଇକ । ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ନୋଟ ଜାରି କରି ଏହି ସୂଚନା ଦେଇଛନ୍ତି । ଏହାସହ ଏୟାରଷ୍ଟ୍ରାଇକର ଭିଡିଓ ଓ ଫଟୋ ବି ଜାରି କରାଯାଇଛି । ମାଓବାଦୀମାନେ ଦାବି କରିଛନ୍ତି, ୧୯ ଏପ୍ରିଲରେ ପୁଲିସ ଡ୍ରୋନ ମାଧ୍ୟମରେ ମାଓବାଦୀଙ୍କ ଉପରେ ୧୨ ବୋମା ଫିଙ୍ଗିଛନ୍ତି ।
ତେବେ ଡ୍ରୋନ ଆକ୍ରମଣ ପୂର୍ବରୁ ମାଓବାଦୀମାନେ ସ୍ଥାନ ପରିବର୍ତନ କରିଦେଇଥିଲେ । ଫଳରେ ସେମାନଙ୍କ କିଛି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମାଓବାଦୀ । ପାମେଡ ଥାନା ଅଂଚଳର ବୋତାଲଙ୍କା ଓ ପାଲା ଗୁଡେମ ଗାଁରେ ଏହି ଡ୍ରୋନ ଆକ୍ରମଣ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/maoist1.jpg)