କାବୁଲ ବିମାନବନ୍ଦର ଉପରେ ପୁଣି ରକେଟ୍ ମାଡ, ସକାଳୁ ଧୂଆଁମୟ ସହର, ୩୧ ତାରିଖ ଯାଏଁ ବିପଦ ସୂଚନା

Advertisment
କାବୁଲ ବିମାନବନ୍ଦର ଉପରେ ପୁଣି ରକେଟ୍ ମାଡ, ସକାଳୁ ଧୂଆଁମୟ ସହର, ୩୧ ତାରିଖ ଯାଏଁ ବିପଦ ସୂଚନା

କନକ ବ୍ୟୁରୋ: ପୁଣିଥରେ ଦୋହଲିଲା କାବୁଲ ସହର । ଆଜି ସକାଳ ସାଢେ ୬ଟା ସମୟରେ ବିମାନ ବନ୍ଦର ଉପରେ ପୁଣିଥରେ ରକେଟ ମାଡ ହେବା ପରେ ସାରା ସହର ଧୂଆଁମୟ ହୋଇଯାଇଥିଲା । ବିମାନ ବନ୍ଦର ପାଖରେ ଥିବା ଏକ କାର ଉପରକୁ ଏହି ରକେଟ ମାଡ ହୋଇଥିବା ସୂଚନା ରହିଛି । ଅନ୍ୟ ରକେଟ ଗୁଡିକୁ ଏୟାରପୋର୍ଟର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିଦେଇଛି । ତେବେ ଏହି ରକେଟ ମାଡ କିଏ କରିଛି ସେନେଇ ସ୍ପଷ୍ଟ ହୋଇନାହିଁ ।publive-imageସୂଚନା ମୁତାବକ, କାବୁଲ ଛାଡିବାକୁ ଆମେରିକା ସେନାକୁ ୩୧ ଅଗଷ୍ଟ ଯାଏଁ ସମୟ ଦିଆଯାଇଛି । ସେପର୍ଯ୍ୟନ୍ତ କାବୁଲ ବିମାନ ବନ୍ଦର ଓ ଆଖପାଖ ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକା ସେନା ସହ ଶତାଧିକ ଆଫଗାନି ପ୍ରାଣ ହରାଇଥିଲେ । ପରେ ପ୍ରତିଶୋଧ ନେବାକୁ ଆମେରିକା ମଧ୍ୟ ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିଲା ଯେଉଁଥିରେ ଅନେକ ସାଧାରଣ ଜନତାଙ୍କର ପ୍ରାଣ ଯାଇଥିଲା । ୩୧ ତାରିଖ ଯାଏଁ ବିମାନ ବନ୍ଦର ଓ ଏହାର ଆଖପାଖି ଇଲାକାକୁ ବିପଦ ରହିଥିବା ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସୂଚନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe