କାବୁଲ ବିମାନବନ୍ଦର ଉପରେ ପୁଣି ରକେଟ୍ ମାଡ, ସକାଳୁ ଧୂଆଁମୟ ସହର, ୩୧ ତାରିଖ ଯାଏଁ ବିପଦ ସୂଚନା

341

କନକ ବ୍ୟୁରୋ: ପୁଣିଥରେ ଦୋହଲିଲା କାବୁଲ ସହର । ଆଜି ସକାଳ ସାଢେ ୬ଟା ସମୟରେ ବିମାନ ବନ୍ଦର ଉପରେ ପୁଣିଥରେ ରକେଟ ମାଡ ହେବା ପରେ ସାରା ସହର ଧୂଆଁମୟ ହୋଇଯାଇଥିଲା । ବିମାନ ବନ୍ଦର ପାଖରେ ଥିବା ଏକ କାର ଉପରକୁ ଏହି ରକେଟ ମାଡ ହୋଇଥିବା ସୂଚନା ରହିଛି । ଅନ୍ୟ ରକେଟ ଗୁଡିକୁ ଏୟାରପୋର୍ଟର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିଦେଇଛି । ତେବେ ଏହି ରକେଟ ମାଡ କିଏ କରିଛି ସେନେଇ ସ୍ପଷ୍ଟ ହୋଇନାହିଁ ।ସୂଚନା ମୁତାବକ, କାବୁଲ ଛାଡିବାକୁ ଆମେରିକା ସେନାକୁ ୩୧ ଅଗଷ୍ଟ ଯାଏଁ ସମୟ ଦିଆଯାଇଛି । ସେପର୍ଯ୍ୟନ୍ତ କାବୁଲ ବିମାନ ବନ୍ଦର ଓ ଆଖପାଖ ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକା ସେନା ସହ ଶତାଧିକ ଆଫଗାନି ପ୍ରାଣ ହରାଇଥିଲେ । ପରେ ପ୍ରତିଶୋଧ ନେବାକୁ ଆମେରିକା ମଧ୍ୟ ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିଲା ଯେଉଁଥିରେ ଅନେକ ସାଧାରଣ ଜନତାଙ୍କର ପ୍ରାଣ ଯାଇଥିଲା । ୩୧ ତାରିଖ ଯାଏଁ ବିମାନ ବନ୍ଦର ଓ ଏହାର ଆଖପାଖି ଇଲାକାକୁ ବିପଦ ରହିଥିବା ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସୂଚନା ଦେଇଥିଲେ ।